ଜାମ୍ମୁ ଓ କାଶ୍ମୀରରେ ହୋଇଥିବା ଆତଙ୍କୀ ହମଲାରେ ପ୍ରାଣ ହରାଇଛନ୍ତି ବାଲେଶ୍ବରର ପ୍ରଶାନ୍ତ ଶତପଥୀ

ଜାମ୍ମୁ ଓ କାଶ୍ମୀରରେ ହୋଇଥିବା ଆତଙ୍କୀ ହମଲାରେ ପ୍ରାଣ ହରାଇଛନ୍ତି ବାଲେଶ୍ବରର ପ୍ରଶାନ୍ତ ଶତପଥୀ। ପ୍ରଶାନ୍ତ ସାରଗାଁ ଇସାଣୀର ବାସିନ୍ଦା। ଦୁଇ ଦିନ ତଳେ ପତ୍ନୀ ଓ ପୁଅ ସହ ପହଲଗାମ ଯାଇଥିଲେ ପ୍ରଶାନ୍ତ। ଅପରାହ୍ଣରେ କାଶ୍ମୀରରୁ ମରଶରୀରକୁ ସ୍ବତନ୍ତ୍ର ବିମାନରେ ଭୁବନେଶ୍ବର ଅଣାଯିବ ବୋଲି ମିଳିଛି ସୂଚନା। ପ୍ରଶାନ୍ତଙ୍କ ମୃତ୍ୟୁ ଘଟଣା ପରେ ସାରା ଅଞ୍ଚଳରେ ଖେଳିଯାଇଛି ଶୋକର ଛାୟା ।ଗତକାଲିର ଆତଙ୍କୀ ହମଲା ପରେ ଜାରି ରହିଛି ବ୍ୟାପକ ସର୍ଚ୍ଚ ଅପରେସନ। ସଇତାନଙ୍କ ବୀଭତ୍ସ କାଣ୍ଡରେ ୨୬ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୦ରୁ ଅଧିକ ଲୋକ ହୋଇଛନ୍ତି ଆହତ । ମୃତକଙ୍କ ମଧ୍ୟରେ ଜଣେ ନୌସେନା ଅଧିକାରୀ ଓ ଜଣେ ଗୁଇନ୍ଦା ଅଧିକାରୀ ଅଛନ୍ତି। ନିରାପତ୍ତା ବାହିନୀଙ୍କ ଗୁଳିରେ ୨ ଆତଙ୍କୀ ପ୍ରାଣ ହରାଇଥିବା ସୂଚନା ମିଳିଛି।
What's Your Reaction?






