ଡିସେମ୍ବର ୨୧ କିମ୍ବା ୨୨ ହେବ ବର୍ଷର ସବୁଠାରୁ ଛୋଟ ଦିନ

ଡିସେମ୍ବର ୨୧ କିମ୍ବା ୨୨ ହେବ ବର୍ଷର ସବୁଠାରୁ ଛୋଟ ଦିନ। ପ୍ରତିବର୍ଷ ଡିସେମ୍ବର ୨୧ କିମ୍ବା ୨୨ ତାରିଖରେ ଉତ୍ତର ଗୋଲାର୍ଦ୍ଧରେ ଆରମ୍ଭ ହୋଇଥାଏ ଶୀତ ଋତୁ। ଜ୍ୟୋତିର୍ବିଜ୍ଞାନୀଙ୍କ ମତରେ ବର୍ଷର ଏହି ଛୋଟ ଦିନରୁ ହିଁ ଆରମ୍ଭ ହୋଇଥାଏ ଶୀତଦିନ। ସେହି କ୍ରମରେ ମାର୍ଚ୍ଚ ୨୨ ବା ୨୩ ବେଳକୁ ଦିନ ରାତି ପାଖାପାଖି ସମାନ ରୁହେ।ଭୁବନେଶ୍ବର ପାଇଁ ଚଳିତ ବର୍ଷର ଡିସେମ୍ବର ୨୧ ହେବ ସବୁଠାରୁ ଛୋଟଦିନ। ଦିନ ପ୍ରାୟ ୧୦ ଘଣ୍ଟା ୫୪ ମିନିଟ ୨୪ ସେକେଣ୍ଡ ହେବ ଏବଂ ରାତି ପ୍ରାୟ ୧୩ ଘଣ୍ଟା ୫ ମିନିଟ୍ ୩୬ ସେକେଣ୍ଡ ହେବ । ଭୁବନେଶ୍ବରରେ ଡିସେମ୍ବର ୧୫ରୁ ଡିସେମ୍ବର ୨୭ ପ୍ରାୟ ୧୨ ଦିନ ଧରି ଦିନ ୧୦ ଘଣ୍ଟା ୫୪ ମିନିଟ୍ ଏବଂ ରାତି ପ୍ରାୟ ୧୩ ଘଣ୍ଟା ୫ ମିନିଟ ହୁଏ । ଡିସେମ୍ବର ୨୧ରେ ସୁନ୍ଦରଗଡ଼ ଓ ମାଲକାନଗିରିରେ ଦିନର ଲମ୍ବା ୧୦ ଘଣ୍ଟା ୪୭ ମିନିଟ୍ ଓ ୧୧ ଘଣ୍ଟା ୧ ମିନିଟ ହେବ । ସେହି ତାରିଖରେ ଦିଲ୍ଲୀ ଓ କନ୍ୟାକୁମାରୀ ଠାରେ ଦିନର ଲମ୍ବା ଯଥାକ୍ରମେ ୧୦ ଘଣ୍ଟା ୧୯ ମିନିଟ୍ ଓ ୧୧ ଘଣ୍ଟା ୩୯ ମିନିଟ୍ ହେବ ।ମେରୁ ନିକଟବର୍ତ୍ତୀ ସ୍ଥାନ ଗୁଡିକରେ ବର୍ଷ ସାରା ଦିନର ଦୌର୍ଘ୍ୟରେ ବଡ଼ ପ୍ରାର୍ଥକ୍ୟ ଅନୁଭୂତ ହୁଏ । ସେଠାରେ ଶୀତଋତୁରେ ଦିନ ଗୁଡିକ ହୁଏ ଅତ୍ୟନ୍ତ ଛୋଟ।
What's Your Reaction?






