ନାକେଦମ୍ କରୁଛନ୍ତି ୨୪ ଟିକିଆ ହାତୀ ପଲ

ନାକେଦମ୍ କଲେ ହାତୀ ପଲ । ଖରାଟିଆ ଧାନ ଖାଇବା ସହ କରିଛନ୍ତି ବ୍ୟାପକ କ୍ଷତି । ସୂଚନା ଅନୁଯାୟୀ ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡରେ ୨୪ ଟିକିଆ ଝାଡଖଣ୍ଡୀ ହାତୀପଲଙ୍କ ଉପଦ୍ରବ। ଆତଙ୍କିତ ୨୦ରୁ ଅଧିକ ଗାଁର ଲୋକେ । ଡୁମୁରିଆ, ମତା, ପିଛୁଳି, ଧରି, ଦେଓଗାଁ ଆଦି ଗାଁରେ ସୃଷ୍ଟି ହୋଇଛି ଭୟର ବାତାବରଣ । ଗତ କିଛି ଦିନ ହେବ କେନ୍ଦୁଝର ବନଖଣ୍ଡରୁ ବୈତରଣୀ ନଦୀ ପାର୍ ହୋଇ ଆସିଥିବା ହାତୀ ପଲଙ୍କୁ ବଡଦେଉଳି ଗାଁ ଜଙ୍ଗଲରେ ଦେଖିବାକୁ ମିଳିଛି। ଆସିବା ବେଳେ କେନ୍ଦୁଝର ଜିଲ୍ଲାର ବିଭିନ୍ନ ଗାଁରେ ହୋଇଥିବା ଖରାଟିଆ ଧାନକୁ ଖାଇଥିବା ସହ ବ୍ୟାପକ କ୍ଷତି କରିଛନ୍ତି। ସେହିପରି ଆଖପାଖ ପ୍ରାୟ ୨୦ ଗାଁରେ ଏବେବି ଆତଙ୍କ ଲାଗିରହିଛି। ହାତୀଙ୍କୁ ଘଉଡାଇବା ପାଇଁ ନାକେଦମ୍ ହେଲେଣି ବନ ବିଭାଗ କର୍ମଚାରୀ।
What's Your Reaction?






