ପରଲୋକରେ 'ଶ୍ରୀରାଧା' କବି ରମାକାନ୍ତ ରଥ

Mar 16, 2025 - 12:05
 0  8
ପରଲୋକରେ 'ଶ୍ରୀରାଧା' କବି ରମାକାନ୍ତ ରଥ

୯୧ ବର୍ଷରେ  ଭୁବନେଶ୍ୱର ଖାରବେଳନଗର ସ୍ଥିତ ବାସଭବନରେ ପଦ୍ମଭୂଷଣ କବି ରମାକାନ୍ତ ରଥଙ୍କ ପରଲୋକ ହୋଇଛି। 'ଶ୍ରୀରାଧା' କବି ଭାବେ ପରିଚିତ ଥିଲେ ରମାକାନ୍ତ ରଥ। ୧୯୩୪ ମସିହା ଡିସେମ୍ବର ୧୩ ତାରିଖରେ କଟକରେ ଜନ୍ମଗ୍ରହଣ କରିଥିଲେ ରମାକାନ୍ତ ରେଭେନ୍ସା କଲେଜରୁ ଇଂରାଜୀରେ ସ୍ନାତକ ହାସଲ କରିବା ପରେ ୧୯୫୭ ମସିହାରେ ଭାରତୀୟ ପ୍ରଶାସନିକ ସେବାରେ ଯୋଗ ଦେଇଥିଲେ ଏବଂ ୧୯୯୨ରେ ଅବସର ଗ୍ରହଣ କରିବା ପୂର୍ବରୁ ସେ ଥିଲେ ଓଡ଼ିଶାର ମୁଖ୍ୟ ସଚିବ ।ଏହି ସମୟରେ ତାଙ୍କର କେତେ ଦିନର (୧୯୬୨), ସନ୍ଦିଗ୍ଧ ମୃଗୟା (୧୯୭୧), ସପ୍ତମ ଋତୁ (୧୯୭୭), ସଚିତ୍ର ଅନ୍ଧାର (୧୯୮୨), ଶ୍ରୀରାଧା (୧୯୮୫) ଏବଂ ଶ୍ରେଷ୍ଠ କବିତା (୧୯୯୨) ନାମରେ ପ୍ରକାଶ ପାଇଥିଲା ସାତଟି କବିତା ସଂକଳନ । କେନ୍ଦ୍ର ସାହିତ୍ୟ ଏକାଡେମୀ ୧୯୭୮ ମସିହାରେ ତାଙ୍କ କବିତା ସଂକଳନ ସପ୍ତମ ଋତୁ ପାଇଁ ତାଙ୍କୁ ପୁରସ୍କୃତ କରିଥିଲା । ୧୯୮୪ରେ ସଚିତ୍ର ଅନ୍ଧାର ପାଇଁ ତାଙ୍କୁ ମିଳିଥିଲା ଶାରଳା ପୁରସ୍କାର । ୧୯୯୨ ମସିହାରେ ସେ ସରସ୍ୱତୀ ସମ୍ମାନରେ ସମ୍ମାନୀତ ହୋଇଥିଲେ । ଏହି କାବ୍ୟଗ୍ରନ୍ଥ ଇଂରାଜୀ ଓ ଆଠଟି ଭାରତୀୟ ଭାଷାରେ ଅନୁବାଦିତ ହୋଇଥିଲା ।  ୨୦୦୬ରେ ପଦ୍ମଭୂଷଣରେ ସମ୍ମାନୀତ ହୋଇଥିଲେ ରମାକାନ୍ତ । ବରେଣ୍ୟ କବି ରମାକାନ୍ତ ରଥଙ୍କ ବିୟୋଗରେ ସାହିତ୍ୟିକ ମହଲରେ ଖେଳିଯାଇଛି ଶୋକର ଛାୟା ।

What's Your Reaction?

like

dislike

love

funny

angry

sad

wow