ପାକିସ୍ତାନ ଭାରତ ସହ ସମସ୍ତ ବ୍ୟାପାର ସମ୍ୱନ୍ଧୀୟ ସମ୍ପର୍କ ତୁଟାଇବା ପରେ ଏବେ ନିଜେ ଚିନ୍ତାରେ ପାକ୍

Apr 28, 2025 - 15:09
Apr 28, 2025 - 15:11
 0  7
ପାକିସ୍ତାନ ଭାରତ ସହ ସମସ୍ତ ବ୍ୟାପାର ସମ୍ୱନ୍ଧୀୟ ସମ୍ପର୍କ ତୁଟାଇବା ପରେ ଏବେ ନିଜେ ଚିନ୍ତାରେ ପାକ୍

ପାକିସ୍ତାନ ଭାରତ ସହ ସମସ୍ତ ବ୍ୟାପାର ସମ୍ୱନ୍ଧୀୟ ସମ୍ପର୍କ ତୁଟାଇବା ପରେ ଏବେ ନିଜେ ଚିନ୍ତାରେ ପାକ୍। ପାକିସ୍ତାନ ଏବେ ଜରୁରୀକାଳୀନ ଭାବେ ଔଷଧ ମହଜୁଦ କରିବାରେ ଲାଗିପଡିଛି । ଭାରତ ସିନ୍ଧୁ ଜଳ ଚୁକ୍ତି ରଦ୍ଦ କରିବା ପରେ ପାକିସ୍ତାନ ବି ଏହାର ଜବାବରେ  କିଛି ନିଷ୍ପତି ନେଇଛି । ଆଉ ନୂଆଦିଲ୍ଲୀ ସହ ସମସ୍ତ ବ୍ୟାପାରକୁ ନିଲମ୍ୱନ କରିଛି । ସୂଚନା ଅନୁସାରେ ବ୍ୟାପାର ନିଲମ୍ୱିତ ହେବା ପରେ ପାକିସ୍ତାନ ଔଷଧର ଆବଶ୍ୟକତାକୁ ପୂରା କରିବା ପାଇଁ ତତ୍କାଳ ଉପାୟ ଖୋଜିବାରେ ଲାଗିପଡ଼ିଛି । କାରଣ ଔଷଧ ଆଉ ସ୍ୱାସ୍ଥ୍ୟକ୍ଷେତ୍ରରେ ପାକିସ୍ତାନ ଭାରତ ଉପରେ ହିଁ ନିର୍ଭର କରିଥାଏ । ତେବେ ପାକିସ୍ତାନ ମେଡିସିନ୍ ଆବଶ୍ୟକତା ପୂରଣ ନେଇ ଔଷଧ ବିନିୟାମକ ପ୍ରାଧିକରଣ ସୃଷ୍ଟି କରିଛି । ହେଲେ ଔଷଧ କ୍ଷେତ୍ରରେ ପ୍ରତିବନ୍ଧକ ପ୍ରଭାବ ନେଇ କୌଣସି ଔପଚାରିକ ଅଧିସୂଚନା ଦିଆଯାଇନାହିଁ । ହେଲେ ପାକିସ୍ତାନ ଆକସ୍ମିକ ଭାବେ ଆରମ୍ଭ କରିଛି ସମସ୍ତ ପ୍ରସ୍ତୁତି। ପାକିସ୍ତାନ ଔଷଧ ପାଇଁ ୩୦ରୁ ୪୦ ପ୍ରତିଶତ କଞ୍ଚାମାଲ ଭାରତ ଉପରେ ନିର୍ଭର କରିଥାଏ । ଯେଉଁଥିରେ ସକ୍ରିୟ ଔଷଧ ସାମଗ୍ରୀ ଓ ବିଭିନ୍ନ ଉନ୍ନତ ଚିକିତ୍ସା ଉତ୍ପାଦ ସାମଗ୍ରୀ ସାମିଲ ଅଛି । ତେଣୁ ଭାରତ ସହ ସମ୍ପର୍କ ଛିନ୍ନ କରି ପାକ୍ ଏବେ ଚୀନ ଋଷ ଓ ଅନ୍ୟ ୟୁରୋପୀୟ ଦେଶଠାରୁ ସାହାଯ୍ୟ ଆଶାରେ ରହିଛି । ପାକିସ୍ତାନ ସରକାରର ସ୍ୱାସ୍ଥ୍ୟ ବିଭାଗ ସବୁ ପରିସ୍ଥିତିର ସାମ୍ନା କରିବାକୁ ପ୍ରସ୍ତୁତ ଅଛି ବୋଲି କହୁଛି । ହେଲେ ସେଠାକାର ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବାନୁସାରେ, ଯଦି ପାକିସ୍ତାନ ଭାରତ ସହ ବ୍ୟାପାର ନିଲମ୍ୱନର ପରିଣାମରୁ ବର୍ତ୍ତିବା ପାଇଁ ତତ୍କାଳ କାର୍ୟ୍ୟାନୁଷ୍ଠାନ ନନିଏ ତେବେ ଛିଡା ହୋଇପାରେ ବଡ ବିପଦ।

What's Your Reaction?

like

dislike

love

funny

angry

sad

wow