ଫିଲିପାଇନ୍ସର ମାନିଲାଠାରେ ଚାଲିଥିବା ୫ମ ଏସୀୟ ମହିଳା ଭଲିବଲ ଚ୍ୟାଲେଞ୍ଜ କପ୍ରେ ଭାରତୀୟ ଦଳ ମଙ୍ଗଳବାର ଇଣ୍ଡୋନେସିଆକୁ ପରାସ୍ତ କରିଛି

ଫିଲିପାଇନ୍ସର ମାନିଲାଠାରେ ଚାଲିଥିବା ୫ମ ଏସୀୟ ମହିଳା ଭଲିବଲ ଚ୍ୟାଲେଞ୍ଜ କପ୍ରେ ଭାରତୀୟ ଦଳ ମଙ୍ଗଳବାର ଇଣ୍ଡୋନେସିଆକୁ ପରାସ୍ତ କରିଛି। ୫-୮ ସ୍ଥାନ ପାଇଁ ଅନୁଷ୍ଠିତ ଏହି କ୍ଲାସିଫିକେଶନ ମ୍ୟାଚରେ ଭାରତ ୩-୧ (୨୫-୧୬, ୩୦-୩୨, ୨୫-୨୦, ୨୭-୨୫) ସେଟ୍ରେ ହୋଇଛି ବିଜୟୀ।ଭାରତ ବିଜୟରେ ବ୍ଲାକର ସୋର୍ଯ୍ୟା, ସେଟର ଜିନି ଓ ଅନୁଶ୍ରୀ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। ଇଣ୍ଡୋନେସିଆକୁ ହରାଇବାପରେ ଭାରତୀୟ ଦଳ ଏବେ ୫-୬ ସ୍ଥାନ ପାଇଁ ଇରାନ ସହ ବୁଧବାର ଖେଳିବ। ଭାରତୀୟ ମହିଳା ଭଲିବଲ ଦଳ ପ୍ରିଲିମିନାରୀ ଷ୍ଟେଜ୍ରେ ଇରାନ ଓ ଚାଇନିଜ ତାଇପେକୁ ହରାଇବା ପରେ ଅଷ୍ଟ୍ରେଲିଆ ଓ ଆୟୋଜକ ଫିଲିପାଇନ୍ସଠାରୁ ହାରି ଯାଇଥିଲା ବିଜୟୀ । ଲିଗ୍ ଓ ନକ୍ଆଉଟ ବିଶିଷ୍ଟ ପ୍ରତିଯୋଗିତାରେ ଅଷ୍ଟ୍ରେଲିଆ, ଚାଇନିଜ ତାଇପେ, ହଂକଂ ଚାଇନା, ଇଣ୍ଡୋନେସିଆ, ଭାରତ, ଇରାନ, ଫିଲିପାଇନ୍ସ, ଭିଏଟ୍ନାମ, ସିଙ୍ଗାପୁର ଓ କାଜାଖସ୍ତାନ ଆଦି ୧୦ଟି ଦଳ କରିଥିଲେ ଅଂଶଗ୍ରହଣ । ପ୍ରକାଶଯୋଗ୍ୟ ଯେ, ଭାରତୀୟ ଦଳରେ ଜଣେ ଓଡ଼ିଆ ଖେଳାଳି ସାମିଲ ଅଛନ୍ତି। ସେ ହେଉଛନ୍ତି ଭୁବନେଶ୍ୱର ସ୍ପୋଟର୍ସ ହଷ୍ଟେଲର ଲିପିକା ଖେସ। ଏହା ବ୍ୟତୀତ ଲୋତକ ବିନ୍ଦୁ ଦାଶ ଭାରତୀୟ ଦଳର କୋଚ୍ କରୁଛନ୍ତି ଦାୟିତ୍ୱ ନିର୍ବାହ ।
What's Your Reaction?






