ବିଶ୍ୱକପ ଜିତିବା ପରେ ଅବସର ଘୋଷଣା କଲେ ବିରାଟ କୋହଲୀ

Jun 30, 2024 - 10:54
 0  2
ବିଶ୍ୱକପ ଜିତିବା ପରେ ଅବସର ଘୋଷଣା କଲେ ବିରାଟ କୋହଲୀ

ବାରବାଡୋସରେ ଅନୁଷ୍ଠିତଟି୨୦ ବିଶ୍ୱକପ ୨୦୨୪ ଜିତିବା ପରେ ଅନ୍ତର୍ଜାତୀୟ କ୍ରିକେଟରେ ଖେଳର ସବୁଠାରୁ ଛୋଟ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି ବିରାଟ କୋହଲୀ। ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଭାରତ ରୋମାଞ୍ଚକର ମୁକାବିଲାରେ ଦକ୍ଷିଣ ଆଫ୍ରିକାକୁ ହରାଇ ଦ୍ୱିତୀୟ ଥର ଟି୨୦ ବିଶ୍ୱକପ ବିଜୟୀ ହୋଇଛି ଭାରତ। ଏଥିସହିତ ଭାରତ ଚତୁର୍ଥ ଥର ପାଇଁ କୌଣସି ବିଶ୍ୱକପ ଜିତିଛି। ଶନିବାର ଖେଳାଯାଇଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ଫାଇନାଲ ମୁକାବିଲାରେ ଭାରତ ଦକ୍ଷିଣ ଆଫ୍ରିକାକୁ ୭ ରନରେ କରିଛି ପରାସ୍ତ। ଏହି ବିଜୟ ପରେ ୧୫୦ କୋଟି ଭାରତୀୟ ଉତ୍ସବମୁଖର ହୋଇଛନ୍ତି। ଭାରତୀୟ ଦଳ ଦୁଇଥର (୧୯୮୩, ୨୦୧୧) ଦିନିକିଆ ବିଶ୍ୱକପ ଟାଇଟଲ ଜିତିଛି। ସେହିଭଳି ଦୁଇଥର (୨୦୦୭, ୨୦୨୪) ଟି ୨୦ ବିଶ୍ୱକପ୍ ଟାଇଟଲ୍ ଜିତିଛି। ଦଳ ଶେଷ ଥର ପାଇଁ ୨୦୧୧ ରେ  ଜିତିଥିଲା ଦିନିକିଆ ବିଶ୍ୱକପ ​​। ବର୍ତ୍ତମାନ ୧୩ ବର୍ଷ ପରେ କୌଣସି ବିଶ୍ୱକପ୍ (ଟି -୨୦ ରେ) ଟାଇଟଲ୍ ଜିତିଛି।

What's Your Reaction?

like

dislike

love

funny

angry

sad

wow