ଭାଙ୍ଗିଗଲା ୧୭ ବର୍ଷ ପୁରୁଣା ରେକର୍ଡ

Jun 28, 2024 - 13:17
 0  2
ଭାଙ୍ଗିଗଲା ୧୭ ବର୍ଷ ପୁରୁଣା ରେକର୍ଡ

ଟି-୨୦ ବିଶ୍ୱକପ ୨୦୨୪ର ଦ୍ୱିତୀୟ ସେମିଫାଇନାଲ ମ୍ୟାଚ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚରେ ଭାରତ ଗତ ଟି-୨୦ ବିଶ୍ୱକପର ସେମିଫାଇନାଲ ପାଇଁ ଇଂଲଣ୍ଡରୁ  ନେଇଛି ପ୍ରତିଶୋଧ। ଭାରତୀୟ ଦଳ ସେମିଫାଇନାଲରେ ଇଂଲଣ୍ଡକୁ ପରାସ୍ତ କରି ଟି-୨୦ ବିଶ୍ୱକପ ୨୦୨୪ର ଫାଇନାଲରେ ପ୍ରବେଶ କରିବାରେ ହୋଇଛି ସଫଳ। ଏହି ମ୍ୟାଚରେ ବୋଲରମାନେ ଚମତ୍କାର ବୋଲିଂ କରିଥିଲେ। ଏହା ସହ ଜସପ୍ରୀତ ବୁମ୍‌ରା ଗୋଟିଏ ଉଇକେଟ୍‌ ନେଇ ଆରପି ସିଂ ଏବଂ ରବିଚନ୍ଦ୍ରନ ଅଶ୍ୱିନ ରେକର୍ଡକୁ ପଛରେ ପକାଇଛନ୍ତି। ଏହି ବିଶେଷ ରେକର୍ଡରେ ଅର୍ଶଦୀପ ସିଂ ଶୀର୍ଷରେ ଅଛନ୍ତି। ଏହି ରେକର୍ଡ ହେଉଛି ଟି-୨୦ ବିଶ୍ୱକପରେ ଭାରତ ପକ୍ଷରୁ ସର୍ବାଧିକ ଉଇକେଟ ନେଇଥିବା ବୋଲରଙ୍କ ରେକର୍ଡ। ଅର୍ଶଦୀପ ସିଂ ବର୍ତ୍ତମାନ ଆଇସିସି ଟି-୨୦ ବିଶ୍ୱକପରେ ଭାରତ ପାଇଁ ସର୍ବାଧିକ ଉଇକେଟ ନେଇ ରେକର୍ଡ ସୃଷ୍ଟି କରିଛନ୍ତି। ଟି -୨୦ ବିଶ୍ୱକପ ୨୦୨୪ର ସୁପର -୮ ମ୍ୟାଚରେ ଅଷ୍ଟ୍ରେଲିଆ ବିପକ୍ଷରେ ତିନୋଟି ଉଇକେଟ ନେଇ ଅର୍ଶଦୀପ ସିଂ ଏହି ସଫଳତା ହାସଲ କରିଛନ୍ତି। ଏହା ପରେ ଜସପ୍ରୀତ ବୁମ୍‌ରା ଦ୍ୱିତୀୟ ସ୍ଥାନରେ ଅଛନ୍ତି। ଆରପି ସିଂ ତୃତୀୟ ସ୍ଥାନରେ ଏବଂ ରବିଚନ୍ଦ୍ରନ ଅଶ୍ୱିନ ଚତୁର୍ଥ ସ୍ଥାନରେ ଅଛନ୍ତି।

What's Your Reaction?

like

dislike

love

funny

angry

sad

wow