ମଧୁମେହ ରୋଗୀଙ୍କ ପାଇଁ ବେଶ୍ ଉପକାରି ଜାମୁ କୋଳି

Jul 14, 2024 - 16:31
 0  2
ମଧୁମେହ ରୋଗୀଙ୍କ ପାଇଁ ବେଶ୍ ଉପକାରି ଜାମୁ କୋଳି

ସମଗ୍ର ବିଶ୍ୱରେ ମଧୁମେହ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଜୀବନଶୈଳୀକୁ ନେଇ ଜଡ଼ିତ ଏହି ରୋଗର ବର୍ତ୍ତମାନ ସୁଧା କୌଣସି ନିର୍ଦ୍ଦିଷ୍ଟ ଉପଶମକାରୀ ଔଷଧ ଆବିଷ୍କାର ହୋଇ ପାରିନାହିଁ। କେବଳ ଖାଦ୍ୟପେୟରେ କଟକଣା ମାଧ୍ୟମରେ ମଧୁମେହକୁ ନିୟନ୍ତ୍ରଣ କରାଯାଇ ପାରିବ। ତେଣୁ ମଧୁମେହ ରୋଗୀ କ'ଣ ଖାଇବେ ଓ କ'ଣ ନ ଖାଇବେ ତାହା ସବୁଠୁ ଗୁରୁତ୍ୱପୂର୍ଣ୍ଣ।ମଧୁମେହ ରୋଗୀଙ୍କୁ ବିଭିନ୍ନ ପ୍ରକାର ଫଳ ଖାଇବାକୁ ବାରଣ କରାଯାଉ ଥିଲେ ମଧ୍ୟ ଜାମୁକୋଳି ଏକ ଏପରି ଫଳ ଯାହା ମଧୁମେହ ରୋଗୀଙ୍କ ପାଇଁ ବେଶ୍ ଉପକାରୀ। କେବଳ ଜାମୁକୋଳି ନୁହେଁ, ଏହାର ପତ୍ର, ଫଳ ଏବଂ ମଞ୍ଜି ମଧ୍ୟ ମଧୁମେହ ରୋଗୀଙ୍କ ପାଇଁ ଉପକାରୀ ବୋଲି ବିବେଚନା କରାଯାଏ।  ଜାଣନ୍ତୁ...

ମଧୁମେହରେ ଜାମୁକୋଳିକୁ କିପରି ବ୍ୟବହାର କରିବେ

  • ଜାମୁକୋଳି ମଞ୍ଜିରୁ ପାଉଡର ତିଆରି କରି ଏହାକୁ ଖାଇପାରିବେ। ପ୍ରତିଦିନ ସକାଳେ ଖାଲି ପେଟରେ ପାଉଡରରେ ପାଣି ମିଶାଇ ପିଇପାରିବେ। ଏହା କରିବା ଦ୍ୱାରା ରକ୍ତରେ ଶର୍କରା ସ୍ତର ନିୟନ୍ତ୍ରଣରେ ରହିପାରେ। ଏହା ପେଟ ସମ୍ବନ୍ଧୀୟ ସମସ୍ୟାରୁ ମଧ୍ୟ ଆରାମ ଦେଇପାରେ।
  • 250 ଗ୍ରାମ ଜାମୁକୋଳିକୁ ଅଧା ଲିଟର ପାଣିରେ ଭଲ ଭାବରେ ଫୁଟାନ୍ତୁ। ଭଲ ବାବେ ପାଣି ଫୁଟିଯିବା ପରେ ଜାମୁକୋଳିକୁ ଭଲ ଭାବେ ଚକଟି ମଞ୍ଜି ଏବଂ ଚୋପାକୁ ବାହାର କରି ଦିଅନ୍ତୁ। ପ୍ରତିଦିନ ଏହି ପାଣି ପିଅନ୍ତୁ। 
  • ଜାମୁକୋଳି ପତ୍ରର ପାଉଡର ମଧ୍ୟ ପ୍ରସ୍ତୁତ କରିପାରିବେ। ଏହି ପାଉଡରକୁ ସକାଳେ ଏବଂ ସନ୍ଧ୍ୟାରେ କାଢ଼ା ଭଳି ପିଇପାରିବେ।

What's Your Reaction?

like

dislike

love

funny

angry

sad

wow