ମ୍ୟାଚ୍‌ ଆରମ୍ଭ ପୂର୍ବରୁ ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛି ଶ୍ରୀଲଙ୍କା

Aug 3, 2024 - 12:22
 0  3
ମ୍ୟାଚ୍‌ ଆରମ୍ଭ ପୂର୍ବରୁ ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛି ଶ୍ରୀଲଙ୍କା

ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ହେବାକୁ ଥିବା ୱାନ୍‌ଡେ ସିରିଜ୍‌ର ପ୍ରଥମ ମ୍ୟାଟ୍‌ କିଛି ସମୟ ମଧ୍ୟରେ ଆରମ୍ଭ ହେବାକୁ ଯାଉଛି । ଟି-୨୦ ବିଶ଼୍ବକପ୍‌ ପରେ ରୋହିତ ଶର୍ମା ଫେରିଛନ୍ତି ଟିମ୍‌କୁ। ଏଥି ସହିତ ଗୌତମ ଗମ୍ଭୀର ନୂଆ କୋଚ୍‌ ଭାବେ ତାଙ୍କୁ  କରିବେ ସହାୟତା। ମ୍ୟାଚ୍‌ ଆରମ୍ଭ ପୂର୍ବରୁ ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛି ଶ୍ରୀଲଙ୍କା ।ତେବେ ଶ୍ରୀଲଙ୍କା ବିପକ୍ଷ ଚୂଡ଼ାନ୍ତ ଏକାଦଶରୁ ବାଦ୍‌ ପଡ଼ିଛନ୍ତି ୱିକେଟ୍‌ କିପର ରିଷଭ ପନ୍ତ । ତାଙ୍କ ସ୍ଥାନରେ ଦଳରେ କେଏଲ ରାହୁଲ ହୋଇଛନ୍ତି ସାମିଲ। ୱିକେଟ୍‌ କିପରରେ କେଏଲ୍‌ ରାହୁଲ ଭାରତର ଶ୍ରେଷ୍ଠ ଖେଳାଳି ଭାବେ ରୋହିତ ଶର୍ମାଙ୍କ ନିଷ୍ପତ୍ତିରୁ ଜଣାପଡ଼ିଛି । ଅନ୍ୟପଟେ ରିୟାନ ପରାଗଙ୍କୁ ମଧ୍ୟ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ମିଳିନାହିଁ । ଟସ୍‌ ହାରିବା ପରେ ରୋହିତ ଶର୍ମା ବ୍ୟାଟିଂ ପାଇଁ ଏହା ଭଲ ପିଚ୍‌ ବୋଲି କହିଛନ୍ତି । ଖେଳ ବଢ଼ିବା ସହିତ ପିଚ୍‌ ଧିମା ପଡ଼ିବ ବୋଲି ସେ କହିଛନ୍ତି । ଗୋଟିଏ ଦୃଷ୍ଟିରୁ ଏହା ଭଲ । ସବୁ ପରିସ୍ଥିତିରେ ଆମ ଟିମ୍‌ ପ୍ରସ୍ତୁତ ରହିବ ବୋଲି ସେ କହିଛନ୍ତି ।ଭାରତର ଚୂଡ଼ାନ୍ତ ଏକାଦଶ: ରୋହିତ ଶର୍ମା (ଅଧିନାୟକ), ଶୁଭମାନ ଗିଲ, ବିରାଟ କୋହଲି, ଶ୍ରେୟସ ଆୟର, କେ.ଏଲ ରାହୁଲ, ଶିବମ ଦୁବେ, ୱାଶିଂଟନ ସୁନ୍ଦର, ଆକ୍ଷର ପଟେଲ, କୁଲଦୀପ ଯାଦବ, ଅର୍ଶଦୀପ ସିଂ, ମହମ୍ମଦ ସିରାଜ। ଶ୍ରୀଲଙ୍କାର ଚୂଡ଼ାନ୍ତ ଏକାଦଶ: ପାଥୁମ ନିସଙ୍କା, ଅଭିସ୍କା ଫର୍ନାଣ୍ଡୋ, କୁସାଲ ମେଣ୍ଡିସ, ସାଦିରା ସମରୱିକ୍ରାମା, ଚାରିଥ ଅସଲଙ୍କା (ଅଧିନାୟକ), ଜାନିଥ ଲିଆନଗେ, ୱାନିନ୍ଦୁ ହାସରାଙ୍ଗା, ଡୁନିଥ ଭେଲାଲାଗେ, ଅକିଲା ଧନଞ୍ଜୟ, ଅସିତ ଫର୍ନାଣ୍ଡୋ, ମହମ୍ମଦ ଶିରାଜ।

What's Your Reaction?

like

dislike

love

funny

angry

sad

wow