ରାଜ୍ୟରେ ବନ୍ଦ ହେବନି ଆହାର ଯୋଜନା ।
ରାଜ୍ୟରେ ବନ୍ଦ ହେବନି ଆହାର ଯୋଜନା । ଏନେଇ ଗୁରୁବାର କ୍ୟାପିଟାଲ ହସ୍ପିଟାଲ ଆହାର କେନ୍ଦ୍ର ଗସ୍ତ କରି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର କରିଛନ୍ତି ଘୋଷଣା । ‘ଆହାର’ ପ୍ରତି ଲୋକଙ୍କ ଆଗ୍ରହ ଥିବାରୁ ଏହା ଏକ ଲୋକପ୍ରିୟ ଯୋଜନା। ତେଣୁ ସେଥିପ୍ରତି ଗୁରୁତ୍ବ ଦିଆଯାଉଛି ବୋଲି ସେ କହିଛନ୍ତି । ତେବେ ଆହାର ନାଁ ପରିବର୍ତ୍ତନ କରାଯିବ କି ନାହିଁ ପରବର୍ତ୍ତୀ ସମୟରେ ସମୀକ୍ଷା ହେବ ବୋଲି ସୂଚନା ଦେଇଛନ୍ତ । ରାଜ୍ୟରେ ଭାଜପା ସରକାର ଆସିବା ପରେ ‘ଆହାର’ ଯୋଜନା ବନ୍ଦ କରାଯିବା ନେଇ ଗୁଜବ ସୃଷ୍ଟି ହୋଇଥିଲା। ପରେ ଏହା ଚାଲୁ ରହିବ ବୋଲି ସରକାର ସୂଚନା ଦେଇଥିଲେ।ପୂର୍ବ ସରକାରଙ୍କ ସମୟରେ ଏହି ଲୋକପ୍ରିୟ ଆହାର ଯୋଜନା ଆରମ୍ଭ ହୋଇଥିଲା ।
What's Your Reaction?