ରିଲିଜ ହୋଇଛି ବହୁ ପ୍ରତିକ୍ଷିତ ସିନେମା ପୁଷ୍ପା ଟୁର ନୂଆ ଗୀତ

May 30, 2024 - 11:58
 0  7
ରିଲିଜ ହୋଇଛି ବହୁ ପ୍ରତିକ୍ଷିତ ସିନେମା ପୁଷ୍ପା ଟୁର ନୂଆ ଗୀତ

ରିଲିଜ ହୋଇଛି ବହୁ ପ୍ରତିକ୍ଷିତ ସିନେମା ପୁଷ୍ପା ଟୁର ନୂଆ ଗୀତ ଗୀତରେ ଦେଖିବାକୁ ମିଳିଛି ସିନେମା ମୁଖ୍ୟ କଳାକାର ଆଲ୍ଲୁ ଅର୍ଜୁନ ରଶ୍ମୀକା ମନ୍ଦାନାଙ୍କ ଚମକ୍ରାର ଅଭିନୟ। ରିଲିଜ ହେବା ପରେ ଦର୍ଶକଙ୍କ ଗହଣରେ ବେଶ ଲୋକପ୍ରିୟତା ସାଉଁଟିଛି ଗୀତ ଅଙ୍ଗାରୋରିଲିଜ ଅପେକ୍ଷାରେ ଥିବା ବହୁ ପ୍ରତିକ୍ଷିତ ସିନେମା ପୁଷ୍ପା ଟୁ ଦ ରୁଲର ନୂଆ ଗୀତ ରିଲିଜ ହୋଇଛି । ରୋମାଟିଂକ ସଙ୍ଗର ଟାଇଟେଲ ରହିଛି ଅଙ୍ଗାରୋ । ଆଲ୍ଲୁ ଅର୍ଜୁନ ଓ ରଶ୍ମୀକା ମନ୍ଦାନାଙ୍କ ପୁଣିଥରେ ନୂଆ ରୂପରେ ଫେରିଛନ୍ତି ଦର୍ଶକଙ୍କ ନିକଟକୁ। ଗୀତରେ ଦେଖିବାକୁ ମିଳିଛି କିଛି ଟୁଇଷ୍ଟ।ସୁଟିଂ ସେଟର କିଛି ସିନକୁ ଏଥିରେ ଦିଆଯାଇଛି ସ୍ଥାନ । ଗୀତରେ କଣ୍ଠଦାନ କରିଛନ୍ତି ଶ୍ରେୟା ଘୋଷାଲ । ରାକିବ ଆଲମଙ୍କ ଗୀତକୁ ସଂଗୀତରେ ସଜାଇଛନ୍ତି ଦେବୀଶ୍ରୀ ପ୍ରସାଦ । ଅଗଷ୍ଟ ୧୫ରେ ବଡ ପରଦାରେ ୬ଟି ଭାଷା ସହ ରିଲିଜ ହେବ ପୁଷ୍ପା ଟୁ ଦ ରୁଲ ।ସିନେମାର ପ୍ରଥମ ଭାଗ ବକ୍ସ ଅଫିସରେ ରେକର୍ଡ କରିଥିବାବେଳେ ୨ୟ ଭାଗକୁ ସମାନ ସଫଳତା ଦୋହରାଇବାକୁ ଆଶା ରଖିଛି ଟିମ ପୁଷ୍ପା।

 

What's Your Reaction?

like

dislike

love

funny

angry

sad

wow