ଶୁଭମନଙ୍କୁ ନେଇ ବଡ ବୟାନ

Jul 16, 2024 - 14:51
 0  1
ଶୁଭମନଙ୍କୁ ନେଇ ବଡ ବୟାନ

ଭାରତୀୟ କ୍ରିକେଟ୍‌ ଟିମ୍‌ ଆଇସିସି ଟି-୨୦ ବିଶ଼୍ବ କପ୍‌ ବିଜୟ ପରେ ଜିମ଼୍ବାୱେ ଗସ୍ତରେ ଯାଇଥିଲା । ଏହି ଟିମ୍‌ର ଅଧିନାୟକତ଼୍ବ ଶୁଭମନ ଗିଲ୍‌ଙ୍କ ହାତରେ ରହିଥିଲା । ପ୍ରଥମ ମ୍ୟାଚ୍‌ରେ ହାରିବା ପରେ ଟିମ୍‌ ଜୋରଦାର ଫର୍ମକୁ ଫେରିଥିଲା ଏବଂ ୪-୧ରେ ସିରିଜ୍‌ ହାତେଇଥିଲା । ତେବେ ଏହି ସିରିଜ୍‌ ବିଜୟ ପରେ ଶୁଭମାନ୍‌ଙ୍କୁ ଦଳ ଆଗାମୀ କ୍ୟାପ୍ଟେନ୍‌ କରିବାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ଏହାକୁ ନେଇ ଭାରତୀୟ ଦଳର ପୂର୍ବତନ ସ୍ପିନର ଅମିତ୍‌ ମିଶ୍ରାଙ୍କ ବୟାନ ଏବେ ଭାଇରାଲ୍‌ ହେବାରେ ଲାଗିଛି । ସେ କହିଛନ୍ତି ଯେ ଶୁଭମନ୍‌ଙ୍କୁ ଅଧିନାୟକତ଼୍ବ ଆସିନାହିଁ କି ତାଙ୍କର ଏ ବିଷୟରେ କୌଣସି ଆଇଡିଆ ନାହିଁ । ଅମିତ୍‌ ମିଶ୍ରା ୟୁଟ୍ୟୁବର ଶୁଭଙ୍କରଙ୍କ ସହିତ ସାକ୍ଷାତକାର ସମୟରେ କହିଛନ୍ତି ଯେ, ମୁଁ ଶୁଭମନ ଗିଲ୍‌ଙ୍କୁ କେବେବି ଦଳର କ୍ୟାପ୍ଟେନ୍‌ କରିବି ନାହିଁ । ମୁଁ ତାଙ୍କୁ ଆଇପିଏଲ୍‌ରେ ଦେଖିଛି । ତାଙ୍କୁ ଏ ବିଷୟରେ ଜମାରୁ ଜଣା ନାହିଁ ଯେ ଅଧିନାୟକତ଼୍ବ କିପରି କରନ୍ତି । ତାଙ୍କ ପାଖରେ ସେ ଆଇଡିଆ ନାହିଁ । ଏହା ପୂର୍ବରୁ ସେ କେବେ କ୍ୟାପ୍ଟେନ୍‌ ହୋଇନାହାନ୍ତି ।

 

What's Your Reaction?

like

dislike

love

funny

angry

sad

wow