ସମ୍ଭାବ୍ୟ ଘୂର୍ଣ୍ଣିବଳୟ ପ୍ରଭାବରେ ୪ ଦିନ ରାଜ୍ୟରେ ଲାଗି ରହିବ ବର୍ଷା

Jul 13, 2024 - 13:38
 0  4
ସମ୍ଭାବ୍ୟ ଘୂର୍ଣ୍ଣିବଳୟ ପ୍ରଭାବରେ ୪ ଦିନ ରାଜ୍ୟରେ ଲାଗି ରହିବ ବର୍ଷା

ରାଜ୍ୟରେ ଆଜିଠୁ ବଢିବ ବର୍ଷାର ପରିମାଣ । ବଙ୍ଗୋପସାଗରରେ ସମ୍ଭାବ୍ୟ ଘୂର୍ଣ୍ଣିବଳୟର ପ୍ରଭାବରେ ଆସନ୍ତା ୪ ଦିନ ଯାଏଁ ରାଜ୍ୟରେ ଲାଗି ରହିବ ହାଲୁକା ମଧ୍ୟମ ଧରଣର ବର୍ଷା।ଏନେଇ  ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର । ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଅନୁସାରେ, ବଙ୍ଗୋପସାଗରରେ ୧୪ ତାରିଖରେ ସୃଷ୍ଟି ହେବାକୁ ଥିବା ଘୂର୍ଣ୍ଣିବଳୟ ୧୫ ତାରିଖରେ ଲଘୁଚାପରେ ରୂପ ନେବା ସହ ଅବପାତରେ ହେବ ପରିଣତ । ଜୁଲାଇ ୨୦ ତାରିଖରେ ଏହା ଉପକୂଳ ଓଡ଼ିଶା ଦେଇ ଗତି କରିବ । ଯାହା ପ୍ରଭାବରେ ଆଜିଠୁ ବର୍ଷାର ପରିମାଣି ବଢିବା ସହ ୧୫ ତାରିଖରୁ ୨୧ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିବ ବର୍ଷା । ଆଜି ରାଜ୍ୟର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମଧରଣର ବର୍ଷା ହେବ। ଏଥିସହ ଗୋଟିଏରୁ ୨ଟି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ରହିଛି ସମ୍ଭାବନା । ଆଜି ବିଶେଷକରି ମାଲକାନଗିରି, କୋରାପୁଟ, ନବରଂଗପୁର, ରାୟଗଡ଼ା, ଗଜପତି, ଗଞ୍ଜାମ, ମୟୂରଭଞ୍ଜ, କେନ୍ଦୁଝରରେ ବର୍ଷା ସହ ବିଜୁଳି ଘଡ଼ଘଡ଼ି ହେବାର ସମ୍ଭାବନା ରହିଛି। ଆଜି ପାଇଁ ୮ ଜିଲ୍ଲା, ଆସନ୍ତାକାଲି ପାଇଁ ୧୨ ଜିଲ୍ଲାକୁ ପ୍ରବଳ ବର୍ଷା ପାଇଁ ଜାରି ହୋଇଛି ହଳଦିଆ ସତର୍କତା  ।

What's Your Reaction?

like

dislike

love

funny

angry

sad

wow