ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଲେ ଅଶ୍ୱିନ୍‌

Dec 18, 2024 - 12:00
 0  12
ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଲେ ଅଶ୍ୱିନ୍‌

ଅବସର ଘୋଷଣା କରିଛନ୍ତି ଟିମ ଇଣ୍ଡିଆର ଭେଟେରାନ କ୍ରିକେଟର ରବିଚନ୍ଦ୍ରନ ଅଶ୍ୱିନ। ତାଙ୍କୁ ଆଉ ଦେଖିବାକୁ ମିଳିବ ନାହିଁ ଅନ୍ତର୍ଜାତୀୟ କ୍ରିକେଟରେ। ଦ ଗାବାରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ଟେଷ୍ଟ ମ୍ୟାଚ ପରେ ଅଶ୍ୱିନ ଏହି ଘୋଷଣା କରିଛନ୍ତି। ଅଶ୍ୱିନଙ୍କ ଏପର୍ଯ୍ୟନ୍ତ ଏକ ଦୃଢ ରେକର୍ଡ ରହିଛି। ବୋଲିଂ ସହିତ ସେ ବ୍ୟାଟିଂରେ ମଧ୍ୟ ଉତ୍କର୍ଷ ପ୍ରଦର୍ଶନ କରିଛନ୍ତି। ବ୍ରିସବେନରେ ତୃତୀୟ ଟେଷ୍ଟ ପରେ ସେ ଖବରଦାତା ସମ୍ମିଳନୀରେ ଅବସର ଘୋଷଣା କରିଛନ୍ତି।ଟିମ ଇଣ୍ଡିଆ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ତୃତୀୟ ଟେଷ୍ଟ ମ୍ୟାଚ ଡ୍ର’ ହୋଇଯାଇଛି । ଏହି ଟେଷ୍ଟ ମ୍ୟାଚ ପରେ ଅଶ୍ୱିନ ଅବସର ଘୋଷଣା କରିଛନ୍ତି। ଅଶ୍ୱିନଙ୍କ ସହ ଖବରଦାତା ସମ୍ମିଳନୀରେ ଅଧିନାୟକ ରୋହିତ ଶର୍ମା ମଧ୍ୟ ଉପସ୍ଥିତ ଥିଲେ। ଅଶ୍ୱିନ ତାଙ୍କ କ୍ୟାରିୟର ଭଲ ପ୍ରଦର୍ଶନ କରିଛନ୍ତି। ସେ ଟେଷ୍ଟରେ ୫୩୭ ଉଇକେଟ୍‌ ନେଇଛନ୍ତି। ଏହା ସହିତ ୩୫୦୩ ରନ ମଧ୍ୟ ସ୍କୋର କରିଛନ୍ତି।

What's Your Reaction?

like

dislike

love

funny

angry

sad

wow