ରାଶିଫଳ

Dec 18, 2024 - 11:46
 0  3
ରାଶିଫଳ
ମେଷ
କଠୋର ପରିଶ୍ରମ ଓ ଅନିଦ୍ରାଜନିତ ସ୍ବାସ୍ଥ୍ୟରେ ସାମାନ୍ୟ ବ୍ୟତିକ୍ରମ ଦେଖାଦେଇପାରେ। ଆର୍ଥିକ ସ୍ବଚ୍ଛଳତା ଫେରିିପାଇବେ ସତ, ମାତ୍ର ଆଶା କରିଥିବା ଦିଗରୁ ଅର୍ଥ ପ୍ରାପ୍ତି ହେବ ନାହିଁ। ଅଶ୍ୱିନୀ ନକ୍ଷତ୍ର କର୍ମକ୍ଷେତ୍ରରେ ଏକାଧିକ କାମ ହାତକୁ ନେଇ ବ୍ୟସ୍ତ ବିବ୍ରତ ହୋଇପାରନ୍ତି।
ବୃଷ
 ଭଲ ସମ୍ପର୍କ ଥିବା ବ୍ୟକ୍ତିଙ୍କ ସହ ମନୋମାଳିନ୍ୟ ଘଟିବାରୁ ଉଦ୍‌ବେଗ ବଢ଼ିପାରେ। କୃତ୍ତିକା ନକ୍ଷତ୍ରର ପାରିବାରିକ କ୍ଷେତ୍ରରେ ଗୁଡ଼ିଏ କାମ ହାତକୁ ନେଇ ଟେନ୍‌ସନ ବୃଦ୍ଧି ପାଇବ। କଚେରି ମାମଲାର ଶୁଣାଣି ନିଜ ସପକ୍ଷରେ ଯିବାର ସମ୍ଭାବନା ରହିଛି।
ମିଥୁନ
 ପୁନର୍ବସୁ ନକ୍ଷତ୍ର କର୍ମକ୍ଷେତ୍ରରେ ଉପର ଅଧିକାରୀମାନେ ସହଯୋଗ ଲୋଡ଼ିପାରନ୍ତି। ବନ୍ଧୁଙ୍କୁ ମନକଥା ଲୁଚାଇ ପାରିବେ ନାହିଁ। କିନ୍ତୁ ପରେ ତାହା ହିଁ ସମସ୍ୟାର କାରଣ ହେବ। ରାଜନୀତି କିମ୍ବା ସାଙ୍ଗଠନିକ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡ଼ିପାରେ।
କର୍କଟ
ସବୁ କଥାରେ ହଁ ଭରିଲେ ଶେଷ ସମୟରେ ବନ୍ଧୁ ବିଶ୍ୱାସ ଘାତକତା କରିପାରନ୍ତି। ପୁଷ୍ୟା ନକ୍ଷତ୍ର ଆନୁଷ୍ଠାନିକ କାମରେ ସ୍ଥଗିତ କାମଗୁଡିକ ସୁରୁଖୁରୁରେ ସମ୍ପନ୍ନ ହୋଇଯିବ। ବ୍ୟବସାୟରେ ସଫଳତା ହାସଲ କରିବେ ଏବଂ ବିଳାସ ଉପକରଣ କିଣିପାରନ୍ତି।
ସି˚ହ
 ମାତ୍ର ମଘା ନକ୍ଷତ୍ର ଅଭିଳଷିତ ଜିନିଷଟି ପ୍ରାପ୍ତି ସକାଶେ ଉଚ୍ଚ ଆଶା କରି ନିରାଶ ହେବେ। ଆର୍ଥିକ ସ୍ବଚ୍ଛଳତା ସତ୍ତ୍ୱେ ଘରୋଇ ସମସ୍ୟା ହେତୁ ମାନସିକ ଶାନ୍ତି ବ୍ୟାହତ ହୋଇପାରେ। ଆବଶ୍ୟକୀୟ ସହଯୋଗ ଲାଭକରି ସ୍ଥଗିତ କାମଟି ସମ୍ପୂର୍ଣ୍ଣ କରିପାରନ୍ତି।
କନ୍ୟା

ପରିବାରରେ ସାଧାରଣ କଥା ଜଟିଳ ଆକାର ଧାରଣ କରିପାରେ। କୌଣସି କାମ ନ କରି ଘରେ ବସି ରହିଥିବା ଭାଇଙ୍କ ପାଇଁ ଚିନ୍ତା କରିବେ। ହସ୍ତା ନକ୍ଷତ୍ର କର୍ମକ୍ଷେତ୍ରରେ ଅଭାବନୀୟ ପରିସ୍ଥିତିକୁ ସାମନା କରି କାମ କରିବାକୁ ବାଧ୍ୟ ହେବେ। ଶତ୍ରୁତା ରହିଥିଲେ ମଧ୍ୟ ଆପଣଙ୍କ ବ୍ୟବସାୟ ପାଇଁ କୌଣସି ସମସ୍ୟା ସୃଷ୍ଟି କରିପାରିବ ନାହିଁ।
ତୁଳା

ସ୍ବାସ୍ଥ୍ୟ ପ୍ରତି ସାବଧାନତା ଅବଲମ୍ବନ ନକଲେ ପଶ୍ଚାନ୍ତେ ଚିନ୍ତା କରିବାକୁ ସମୟ ପାଇବେ ନାହିଁ। ଉପସ୍ଥିତ ବୁଦ୍ଧି ଖଟାଇ ପାରିବାରିକ ସମସ୍ୟାକୁ ସମ୍ଭାଳି ନେବେ। ବ୍ୟବସାୟରେ ବିଭିନ୍ନ ପ୍ରକାରର ସମସ୍ୟା ଦେଖା ଦେଇପାରେ। ଚିତ୍ରା ନକ୍ଷତ୍ର ସକାଶେ ବନ୍ଧୁଙ୍କ ବିଷୟରେ ହଠାତ୍‌ କୌଣସି ଘଟଣା ମନକୁ ବିବ୍ରତ କରିପାରେ।
ବିଛା
ନୂତନ ସ୍ଥାନ ଓ ନୂତନ ପରିବେଶରେ ଏକ ଅନିର୍ବଚନୀୟ ଆନନ୍ଦ ଅନୁଭବ କରିବେ। କିଛି ମନ୍ତବ୍ୟକୁ କେନ୍ଦ୍ରକରି ବୟସ୍କ ବ୍ୟକ୍ତି ଜଣେ ଅସନ୍ତୋଷ ପ୍ରକାଶ କରିପାରନ୍ତି। ଅତୀତ କଥାକୁ ଆଲୋଚନା କରି ଆଜି ମାନସିକ ସ୍ଥିତି ଠିକ୍‌ ରହି ନ ପାରେ। 
ଧନୁ
 ପୂର୍ବାଷାଢା ନକ୍ଷତ୍ର ବିଳାସ ଉପକରଣ କ୍ରୟ କରିବା ସକାଶେ ଘରୁ ବରାଦ ପାଇପାରନ୍ତି। କର୍ମକ୍ଷେତ୍ରରେ ପରୋକ୍ଷ ଶତ୍ରୁତା ଯୋଗୁ ବିଚଳିତବୋଧ କରିବେ। ପ୍ରତ୍ୟୁଷ ଯାତ୍ରାରେ ସଫଳତା ହାସଲ କରିବା ସହ ସନ୍ତାନ ହେତୁକ ନିଜକୁ ଗୌରବାନ୍ବିତ ମନେକରିବେ।
ମକର
ଆଜି ସ୍ତ୍ରୀଙ୍କ ଅନୁରାଗ, ବନ୍ଧୁଙ୍କ ଆଦର ସଙ୍ଗକୁ ଯାତ୍ରାରେ ଆଶା ପୂରଣ ହେତୁ ଖୁସି ରହିବେ। ସାମାଜିକ ସ୍ତରରେ ଉଚ୍ଚ ଚିନ୍ତା କରିବେ ଏବଂ ସାହାଯ୍ୟ ସହଯୋଗର ଅଭାବ ରହିବ ନାହିଁ। କର୍ମ କ୍ଷେତ୍ରରେ ଖୁବ୍‌ ଆଶାବାଦୀ ହେବେ, ମାତ୍ର ଆତ୍ମୀୟଙ୍କ ସହ ସମ୍ପର୍କ ହାନି ଯୋଗୁ ଚିନ୍ତା ପ୍ରକଟ କରିପାରନ୍ତି। 
କୁମ୍ଭ
ଅସ୍ଥିରତା ହେତୁ ରୁକ୍ଷ ବ୍ୟବହାରଜନିତ ଆତ୍ମୀୟ ଦୂରେଇ ଯାଇପାରନ୍ତି। ଉଚ୍ଚସ୍ତରରେ ସମ୍ପର୍କ ବୃଦ୍ଧି ହେତୁ ମାନସିକ ସ୍ଥିତି ଅପରିବର୍ତ୍ତିତ ରହିବ। ସନ୍ଦେହ ଓ ଭୁଲ୍‌ ବୁଝାମଣା କାରଣରୁ ସାଧାରଣ କଥାକୁ କେନ୍ଦ୍ରକରି ପରିବାରରେ ଝଡ଼ ଉଠିପାରେ। 
ମୀନ
ଆଜି ଅପ୍ରିୟ ସତ୍ୟଭାଷଣରୁ ଦୂରେଇ ରହିବା ଭଲ ହେବ। ଗଣତନ୍ତ୍ରର ପ୍ରତୀକ ଶନିଙ୍କ ପ୍ରଭାବରୁ ରାଜନୀତିରେ ସାଂଗଠନିକ ପ୍ରକ୍ରିୟାକୁ ତ୍ୱରାନ୍ବିତ କରିପାରିବେ। ପରିବାରରେ ପୁତ୍ରକନ୍ୟାଙ୍କ ହେତୁକ କେତେକ ସମସ୍ୟାକୁ ନେଇ ଚିନ୍ତିତ ରହିପାରନ୍ତି।

What's Your Reaction?

like

dislike

love

funny

angry

sad

wow