କେନ୍ଦ୍ରାପଡ଼ାରେ କୁମ୍ଭୀର ଆତଙ୍କ
ଗତ କିଛି ବର୍ଷ ମଧ୍ୟରେ ଓଡ଼ିଶାର ଉପକୂଳବର୍ତ୍ତୀ ଜିଲାମାନଙ୍କରେ କୁମ୍ଭୀର ଆକ୍ରମଣ ବଢ଼ିବାରେ ଲାଗିଛି। ଯେଉଁଥିରେ ବିନା କାରଣରେ ସାଧାରଣ ଲୋକେ ଜୀବନ ହାଉଥିବା ଦେଖିବାକୁ ମିଳୁଛି। ମଙ୍ଗଳବାର ଜଙ୍ଗଲ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂହ ଖୁଣ୍ଟିଆ ବିଧାନସଭାରେ ଦେଇଥିବା ସୂଚନା ଅନୁଯାୟୀ ଗତ ପାଞ୍ଚବର୍ଷରେ କେନ୍ଦ୍ରାପଡ଼ା ଜିଲାରେ କୁମ୍ଭୀର ଆକ୍ରମଣରେ ୨୨ ଜଣ ଲୋକ ପ୍ରାଣ ହରାଇଛନ୍ତି।ଆଳି ବିଧାୟକ ପ୍ରତାପ କେଶରୀ ଦେବଙ୍କ ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ସିଂହ କହିଥିଲେ, ୨୦୧୯-୨୦ ଏବଂ ୨୦୨୩-୨୪ ବର୍ଷ ମଧ୍ୟରେ ବ୍ରାହ୍ମଣୀ, ବୈତରଣୀ ଏବଂ ଖରସ୍ରୋତା ନଦୀରେ କୁମ୍ଭୀର ଆକ୍ରମଣରେ ପ୍ରାଣ ହରାଇଛନ୍ତି ୨୨ ଜଣ।
What's Your Reaction?