ଜିମ୍ବାଓ୍ବେକୁ ୧୮୩ ରନ୍‌ର ଟାର୍ଗେଟ୍‌

ଜିମ୍ବାଓ୍ବେକୁ ୧୮୩ ରନ୍‌ର ଟାର୍ଗେଟ୍‌

ଭାରତ ଜିତିବା ପାଇଁ ଜିମ୍ବାୱେକୁ ୧୮୩ ରନ୍‌ର ଲକ୍ଷ୍ୟ ଦେଇଛି। କ୍ୟାପଟେନ ଶୁବମନ ଗିଲ ହାସଲ କରିଥିଲେ ଅର୍ଦ୍ଧଶତକ। ସେ ୧୯ ବଲ ସମ୍ମୁଖରେ ୬୬ ରନ ସ୍କୋର କରିଥିଲେ। ଗିଲଙ୍କ ଏହି ଇନିଂସରେ ୭ ଚୌକା ଓ ୩ ଛକା ସାମିଲ ଥିଲା। ରିତୁରାଜ ତାଙ୍କର ଅର୍ଦ୍ଧଶତକରୁ ବଞ୍ଚିତ ହୋଇଥିଲେ। ସେ ୨୮ ବଲରେ ୪୯ ରନ ସଂଗ୍ରହ କରିଥିଲେ। ଗାଇକ୍ୱାଡଙ୍କ ଏହି ଇନିଂସରେ ୪ ଚୌକା ଓ ୩ ଛକା ସାମିଲ ଥିଲା। ୩୬ ରନ ସ୍କୋର କରିବା ପରେ ଯଶସ୍ବୀ ଜୟସ୍ବାଲ ଆଉଟ ହୋଇଥିଲେ। ସଞ୍ଜୁ ସାମସନ ୧୨ ରନ ସ୍କୋର କରି ଅପରାଜିତ ରହିଥିଲେ। ଜିମ୍ବାୱେ ପାଇଁ ବୋଲିଂ କରି ଅଧିନାୟକ ସିକନ୍ଦର ରାଜା ୪ ଓଭରରେ ୨୪ ରନ ଦେଇ ୨ ଉଇକେଟ ନେଇଥିଲେ। ବ୍ଲେସିଙ୍ଗ ୪ ଓଭରରେ ୨୫ ରନ ପାଇଁ ୨ ଉଇକେଟ ନେଇଥିଲେ। ଏମାନଙ୍କ ବ୍ୟତୀତ ଅନ୍ୟ କୌଣସି ବୋଲର ସଫଳ ହୋଇପାରି ନ ଥିଲେ। ୱେଲିଙ୍ଗଟନ ୩ ଓଭରରେ ୨୫ ରନ ଦେଇଥିଲେ।