ଟି୨୦ ବିଶ୍ୱକପ୍‌ରେ ପ୍ୟାଟ୍‌ କୁମିନ୍ସଙ୍କ ପ୍ରଥମ ହ୍ୟାଟ୍ରିକ

Jun 22, 2024 - 12:44
 0  2
ଟି୨୦ ବିଶ୍ୱକପ୍‌ରେ ପ୍ୟାଟ୍‌ କୁମିନ୍ସଙ୍କ ପ୍ରଥମ ହ୍ୟାଟ୍ରିକ

ଚଳିତ ଟି୨୦ କ୍ରିକେଟ ବିଶ୍ୱକପ୍‌ର ଶୁକ୍ରବାର ଅନୁଷ୍ଠିତ ବର୍ଷା ବାଧାପ୍ରାପ୍ତ ସୁପର-୮ ମ୍ୟାଚରେ ବାଂଲାଦେଶ ବିପକ୍ଷରେ ଅଷ୍ଟ୍ରେଲିଆ ବିଜୟୀ ହୋଇଛି। ଏହି ମ୍ୟାଚରେ ବାଂଲାଦେଶ ୨୦ ଓଭରରେ ୮ ଉଇକେଟ ହରାଇ ୧୪୦ ରନ କରିଥିଲା। ଅଷ୍ଟ୍ରେଲିଆ ୧୧.୨ ଓଭରରେ ୨ ଉଇକେଟ ହରାଇ ୧୦୦ ରନ କରିଥିବାବେଳେ ବର୍ଷା ହୋଇଥିଲା। ଖେଳ ଆଉ ସମ୍ଭବ ହୋଇ ନ ଥିବାରୁ ଡକ୍‌ଓ୍ବର୍ଥ ଲୁଇସ ସିଷ୍ଟମ (ଡିଏଲ୍‌ଏସ୍‌)ରେ ଅଷ୍ଟ୍ରେଲିଆକୁ ୨୮ ରନରେ ବିଜୟୀ ଘୋଷଣା କରାଯାଇଥିଲା। କାରଣ ସେତେବେଳକୁ ଡିଏଲ୍‌ଏସ୍‌ ପାର୍‌ ସ୍କୋର ଥିଲା ୭୨ ରନ। ଅଷ୍ଟ୍ରେଲିଆ ଅଧିନାୟକ ପ୍ୟାଟ୍‌ କୁମିନ୍ସ ହ୍ୟାଟ୍ରିକ ଅର୍ଜନ କରିବା ଏହି ମ୍ୟାଚର ମୁଖ୍ୟ ଆକର୍ଷଣ ଥିଲା। ସେ ପ୍ଲେୟର ଅଫ୍‌ ଦି ମ୍ୟାଚ ବିବେଚିତ ହୋଇଥିଲେ।ଚଳିତ ଟି୨୦ ବିଶ୍ୱକପ୍‌ରେ ପ୍ରଥମ ହ୍ୟାଟ୍ରିକ ଅର୍ଜନ କରିଛନ୍ତି ଅଷ୍ଟ୍ରେଲିଆ ଅଧିନାୟକ ପ୍ୟାଟ୍‌ କୁମିନ୍ସ। ଅନୁଷ୍ଠିତ ସୁପର-୮ ମ୍ୟାଚରେ ସେ ବାଂଲାଦେଶ ବିପକ୍ଷରେ ଏହି ସଫଳତା ପାଇଛନ୍ତି। ୩୧ ବର୍ଷୀୟ କୁମିନ୍ସ ୧୮ତମ ଓଭରର ଶେଷ ୨ ବଲ୍‌ରେ ବାଂଲାଦେଶର ଅଭିଜ୍ଞ ଖେଳାଳି ମହମୁଦୁଲ୍ଲା ଓ ମେହେଦି ହାସନଙ୍କ ଉଇକେଟ ନେଇଥିଲେ। ୨୦ତମ ଓଭରର ପ୍ରଥମ ବଲ୍‌ରେ ସେ ତୋହିଦ ହ୍ରିଦୟଙ୍କୁ ଆଉଟ କରି ହ୍ୟାଟ୍ରିକ ଉଇକେଟ ପୂରଣ କରିଥିଲେ।ଟି୨୦ ବିଶ୍ୱକପ୍‌ରେ ଏହାଥିଲା ଓଭରଅଲ୍‌ ୭ମ ହ୍ୟାଟ୍ରିକ। କୁମିନ୍ସଙ୍କ କ୍ୟାରିୟରର ଏହା ପ୍ରଥମ ହ୍ୟାଟ୍ରିକ। ଦ୍ୱିତୀୟ ଅଷ୍ଟ୍ରେଲୀୟ ଭାବେ କୁମିନ୍ସ ଟି୨୦ ବିଶ୍ୱକପ୍‌ରେ ହ୍ୟାଟ୍ରିକ ଅର୍ଜନ କରିଛନ୍ତି। ପୂର୍ବରୁ ୨୦୦୭ରେ ବ୍ରେଟ୍‌ ଲୀ କେପ୍‌ଟାଉନ୍‌ରେ ଏହି ବାଂଲାଦେଶ ବିପକ୍ଷରେ ହିଁ ହ୍ୟାଟ୍ରିକ କରିଥିଲେ।

What's Your Reaction?

like

dislike

love

funny

angry

sad

wow