ଦିଲ୍ଲୀର ସବୁଠାରୁ ଧନୀ ବିଧାୟକ

Feb 12, 2025 - 12:32
 0  6
ଦିଲ୍ଲୀର ସବୁଠାରୁ ଧନୀ ବିଧାୟକ

ବହୁ ଲୋକଙ୍କୁ ଆଚମ୍ବିତ କରିଛି ୨୦୨୫ ଦିଲ୍ଲୀ ବିଧାନସଭା ନିର୍ବାଚନର ଫଳାଫଳ। ଏକଦା ଅଭେଦ୍ୟ ଆମ୍ ଆଦମୀ ପାର୍ଟି ହୋଇଛି ଧରାଶାୟୀ ।   ଆମ୍ ଆଦମୀ ପାର୍ଟିକୁ  କ୍ଷମତାରୁ ହଟେଇଛି ବିଜେପି। ଅରବିନ୍ଦ କେଜ୍ରିଓ୍ବାଲ୍ , ମନୀଷ ସିସୋଦିଆ, ଅବଧ ଓଝାଙ୍କ ସମେତ ଅନେକ ବଡ ବଡ ନେତା ହାରି ଯାଇଛନ୍ତି  ନିର୍ବାଚନ। ରୋଚକ କଥାଟି ହେଉଛି ଦିଲ୍ଲୀର ସବୁଠାରୁ ଧନୀ ବିଧାୟକ ଜଣେ ବିଜେପି ନେତା l ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ନାମାଙ୍କନ ସମୟରେ ପ୍ରାର୍ଥୀମାନେ ପ୍ରକାଶ କରିଥିଲେ ତାଙ୍କ ସମ୍ପତ୍ତି ତାଲିକା, ଯେଉଁଥିରୁ ଜଣାପଡିଛି ଯେ , କର୍ଣ୍ଣେଲ୍ ସିଂହ ଦିଲ୍ଲୀର ସବୁଠାରୁ ଧନୀ ବିଧାୟକ । ତାଙ୍କର ଆମେରିକାରେ ୪ଟି ଘର ସହ ରହିଛି ଲକ୍ଷ ଲକ୍ଷ ଟଙ୍କାର ସୁନାଗହଣା। ସବୁଠାରୁ ବଡ଼ କଥାଟି ହେଉଛି ତାଙ୍କର ଶିକ୍ଷାଗତ ଯୋଗ୍ୟତା ମାତ୍ର ୧୦ମ ପାସ୍ ଅଟେ । ଆପର ସତ୍ୟେନ୍ଦ୍ର ଜୈନଙ୍କ ଠାରୁ ବିଜେପିର କର୍ଣ୍ଣେଲ୍ ସିଂହ ଜିତିଛନ୍ତି  ୧୮୮୬୩ ଭୋଟରେ। ସେ ଶାକୁର ବସ୍ତି ବିଧାନସଭା ନିର୍ବାଚନମଣ୍ଡଳୀରୁ ଲଢୁଥିଲେ ନିର୍ବାଚନ । ନିର୍ବାଚନୀ ଶପଥପତ୍ର ଅନୁଯାୟୀ ବିଜେପି ପ୍ରାର୍ଥୀ କର୍ଣ୍ଣେଲ୍ ସିଂହ ଘୋଷଣା କରିଛନ୍ତି ୨୫୯.୬୭ କୋଟି ଟଙ୍କାର ସମ୍ପତ୍ତି । ତାଙ୍କ ପାଖରେ ନଗଦ ୧.୩୨ ଲକ୍ଷ ଟଙ୍କା ଥବାବେଳେ, ବ୍ୟାଙ୍କ୍ ଆକାଉଣ୍ଟରେ ଜମା ରହିଛି ୨୭.୫୯ ଲକ୍ଷ ଟଙ୍କା   । ଏବଂ ୨୫ ଲକ୍ଷ ଟଙ୍କାର ରହିଛି ଜୀବନ ବୀମା ।  ସୁନା ଏବଂ ହୀରା ଅଳଙ୍କାରର ମୂଲ୍ୟ  ରହିଛି ୩୮.୪୫ ଲକ୍ଷ ଟଙ୍କା । କର୍ଣ୍ଣେଲ୍ ସିଂହଙ୍କର ମଧ୍ୟ ରହିଛି ୨୫୮ କୋଟି ଟଙ୍କାର ଅସ୍ଥାବର ସମ୍ପତ୍ତି   । ହରିୟାଣାରେ ଅଛି  ୬୦ କୋଟି ଟଙ୍କାର ଏକ ଫାର୍ମ ହାଉସ୍ । ଏହା ଛଡା ସୋନିପତରେ ମଧ୍ୟ ଅଛି ୫୫ଲକ୍ଷ ଟଙ୍କାର ଏକ ଦୋକାନ  । ଆମେରିକାର ଓ୍ବାଶିଂଟନ୍ ଏବଂ କାର୍ଲିଫର୍ଣ୍ଣିଆ ସହିତ ହରିୟାଣାର ସୋନିପତରେ ତାଙ୍କର ଅଛି ୧୯୮ କୋଟି ଟଙ୍କାର କେତେକ ଦାମୀ ଘର, ଯାହା ମଧ୍ୟରୁ କେବଳ  ଆମେରିକାରେ ଅଛି ୪ଟି ।

What's Your Reaction?

like

dislike

love

funny

angry

sad

wow