ପବିତ୍ର କାର୍ତ୍ତିକ ମାସ ପଞ୍ଚକ ବ୍ରତର ଆଜି ଦ୍ଵିତୀୟ ଦିନ

ପବିତ୍ର କାର୍ତ୍ତିକ ମାସ ପଞ୍ଚକ ବ୍ରତର ଆଜି ଦ୍ଵିତୀୟ ଦିନ। ବାଙ୍କଚୁଡା ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ। ଦର୍ଶନ ପାଇଁ ପୁରୀରେ ହଜାର ହଜାର ସଂଖ୍ଯାରେ ଶ୍ରଦ୍ଧାଳୁଙ୍କ ହୋଇଛି ସମାଗମ। ବ୍ଯାରିକେଡ ଦେଇ ସିଂହଦ୍ଵାରରେ ମନ୍ଦିରକୁ ପ୍ରବେଶ କରୁଛନ୍ତି ଭକ୍ତ।ଶ୍ରଦ୍ଧାଳୁଙ୍କ ଦର୍ଶନ ଲାଗି ପ୍ରଶାସନ ପକ୍ଷରୁ କରାଯାଇଛି ବ୍ୟାପକ ବନ୍ଦୋବସ୍ତ ।ସେପଟେ ବଡ଼ଓଷାରେ ବଡସିଂହାର ବେଶରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ଵର। ରାତି ୩ଟାରେ ପହଡ଼ ଖୋଲାଯାଇ ସମସ୍ତ ନୀତିକାନ୍ତି ସରିବା ପରେ ସାଧାରଣ ଦର୍ଶନ ପାଇଁ ଯାଇଥିଲା ଦ୍ଵାରଫିଟା ।
What's Your Reaction?






