ପହଲଗାମ ଆକ୍ରମଣ ପରେ ଆତଙ୍କବାଦୀଙ୍କୁ ଖୋଜି ଖୋଜି ଟାର୍ଗେଟ କରୁଛି ଭାରତୀୟ ସେନା

ପହଲଗାମ ଆକ୍ରମଣ ପରେ ଆତଙ୍କବାଦୀଙ୍କୁ ଖୋଜି ଖୋଜି ଟାର୍ଗେଟ କରୁଛି ଭାରତୀୟ ସେନା।ଗତକାଲି ୧୮୭ ଜଣଙ୍କୁ ପଚରାଉଚରା କରାଯାଇଥିବା ବେଳେ ଆଜି ଆଉ ୧୭୫ ଜଣଙ୍କୁ ପଚରଚରା କରୁଛି ସୁରକ୍ଷା ବାହିନୀ ।ଘର ଘର ବୁଲି ସର୍ଚ୍ଚ ଅପରେସନ ଜାରି ରଖିଛି ସେନା।ଏହାଭିତରେ କୁଲଗାମ ପୋଲିସ ଓ ସେନା ଯବାନର ମିଳିତ ଅପରେସନରେ ୨ ଆତଙ୍କବାଦୀଙ୍କ ସହଯୋଗୀ ବିଲାଲ ଭଟ୍ଟ ଓ ମହମ୍ମଦ ଇସମାଇଲ ଭଟ୍ଟଙ୍କୁ କରାଯାଇଛି ଗିରଫ ।ସେମାନଙ୍କଠାରୁ ୨ଟି ପିସ୍ତଲ ସହ ୨୫ ରାଉଣ୍ଡ ଗୁଳି, ୨ଟି ମାଗାଜିନ୍ ଜବତ କରାଯାଇଛି।ଏଥିସହ ଘାଟିରେ ଥିବା ଆତଙ୍କବାଦୀ ଓ ସେମାନଙ୍କ ସହଯୋଗୀଙ୍କ ଘରକୁ ଗୋଟି ଗୋଟି କରି ଧ୍ବଂସ କରାଯାଉଛି।ଗୋଟିଏ ବଟନରେ ଉଡ଼ି ଯାଉଛି ଆତଙ୍କୀଙ୍କ ଘର ।ଆଜି ପୁଣି ଆଉ ଜଣେ ଆତଙ୍କବାଦୀର ଘରକୁ ଭାଙ୍ଗିଛି ଭାରତୀୟ ସେନା।ଗତ ୫ ଦିନ ମଧ୍ୟରେ ୮ଜଣ ଆତଙ୍କବାଦୀଙ୍କ ଘରକୁ ଉଡାଇଦିଆ ଗଲାଣି।ଏନକାଉଣ୍ଟର ଭିତରେ ପୁଣି ଆତଙ୍କବାଦୀଙ୍କ ଆକ୍ରମଣ ।ଜାମ୍ମୁ କାଶ୍ମୀର କୁପୁୱାରା ଅଞ୍ଚଳରେ ଆତଙ୍କବାଦୀମାନେ ସାଧାରଣ ଲୋକଙ୍କ ଉପରକୁ ପୁଣି କରିଛନ୍ତି ଗୁଳିମାଡ ।ଆକ୍ରମଣରେ ଗୁରୁତର ହୋଇଛନ୍ତି ଜଣେ ୪୫ ବର୍ଷୀୟ ସାମାଜିକ କର୍ମୀ ।ଏନେଇ ରବିବାର ଅଧିକାରୀମାନେ ଦେଇଛନ୍ତି ସୂଚନା ।ସେ ଘର ଭିତରେ ଥିବା ବେଳେ ଆତଙ୍କବାଦୀମାନେ ଆଖିବୁଜା ଗୁଳିମାଡ କରିଥିଲେ।ସେଥିରେ ମାର୍ଗେରି ଗୁରୁତର ହୋଇ ମେଡିକାଲରେ ହୋଇଛନ୍ତି ଭର୍ତ୍ତି।ତେବେ କ’ଣ ପାଇଁ ଆତଙ୍କବାଦୀ ସାମାଜିକ କର୍ମୀଙ୍କୁ ଟାର୍ଗେଟ କରିଛନ୍ତି ସେନେଇ କୌଣସି ସୂଚନା ମଳିନାହିଁ।ଏନେଇ ଖବର ସରବରାହ ସଂସ୍ଥା ପିଟିଆଇ ପକ୍ଷରୁ ଦିଆଯାଇଛି ସୂଚନା।
What's Your Reaction?






