ପୁରୀ ଜିଲ୍ଲା ସତ୍ୟବାଦୀ ଜୟା ହୋଟେଲ ପରେ ଏବେ ପୁରୀର ଶେଖ ବାବୁ ମଟନ ସପ୍ ସିଲ୍

Mar 10, 2025 - 13:31
 0  1
ପୁରୀ ଜିଲ୍ଲା ସତ୍ୟବାଦୀ ଜୟା ହୋଟେଲ ପରେ ଏବେ ପୁରୀର ଶେଖ ବାବୁ ମଟନ ସପ୍ ସିଲ୍

ପୁରୀ ଜିଲ୍ଲା ସତ୍ୟବାଦୀ ଜୟା ହୋଟେଲ ପରେ ଏବେ ପୁରୀର ଶେଖ ବାବୁ ମଟନ ସପ୍ ସିଲ୍ ଏଠାରେର ଗୋମାଂସ ବିକ୍ରି ଅଭିଯୋଗ ପରେ ସିଲ୍ କରାଯାଇଛି ଦୋକାନ। ଏକ ଭିଡିଓରେ ଶେଖ ବାବୁର ନାମ ନେଇଥିଲା ଜଣେ ଯୁବକ। ଏହାକୁ ଏକ ପ୍ରମାଣ ଭାବେ ନେଇ ପୋଲିସ ଆରମ୍ଭ କରୁଛି ତଦନ୍ତ। ଶେଖ ବାବୁଙ୍କୁ ଅଟକ ରଖି ଦୁଇ ଘଣ୍ଟା ଧରି ପଚରା ଉଚରା କରିଛି ପୋଲିସ। କିନ୍ତୁ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ଶେଖ ବାବୁ। ସେ କହିଛନ୍ତି, ୫୦ ବର୍ଷ ହେଲେ କରୁଛି ବେପାର। ଛେଳି, ମେଣ୍ଢା, ଖାସି ଛଡ଼ା ଆଉ କିଛି କାଟିନାହିଁ। ପୁରୀ ପରି ପବିତ୍ର ମାଟିରେ ଛିଡା ହୋଇ ମିଛ କହିବି ନାହିଁ ବୋଲି କହି କାନ୍ଦି କାନ୍ଦି ପ୍ରତିକ୍ରିୟା ରଖି, ଭିଡିଓର ସତ୍ୟାସତ୍ୟ ଯାଞ୍ଚ କରିବାକୁ  ଦାବି କରିଛନ୍ତି ଶେଖ ବାବୁ। ସ୍ଵଚ୍ଛତା ଅବଲମ୍ଵନ କରି ମାଂସ କିଣା ବିକା କରିବାକୁ ସମସ୍ତ ହୋଟେଲ, ରେଷ୍ଟୁରାଣ୍ଟ ଦୋକାନୀଙ୍କୁ କହିଛି ପ୍ରଶାସନ।

What's Your Reaction?

like

dislike

love

funny

angry

sad

wow