ପ୍ରବଳ ବର୍ଷା ଯୋଗୁଁ ଜଳାର୍ଣ୍ଣବ ମାଲକାନଗିରି

Sep 9, 2024 - 11:35
 0  3
ପ୍ରବଳ ବର୍ଷା ଯୋଗୁଁ ଜଳାର୍ଣ୍ଣବ ମାଲକାନଗିରି

ପ୍ରବଳ ବର୍ଷା ଯୋଗୁଁ ଜଳାର୍ଣ୍ଣବ ମାଲକାନଗିରି। ରବିବାର ସନ୍ଧ୍ୟାରେ ବର୍ଷା ଯୋଗୁଁଁ ରାସ୍ତାରେ ପ୍ରବଳ ବେଗରେ ପାଣିର ସୁଅ ଚାଲୁଥିବା ବେଳେ ପାଙ୍ଗମ ନଦୀ ପୋଲ ଉପରେ ୨ଫୁଟରୁ ଊର୍ଦ୍ଧ୍ବ ପାଣି ହେଉଛି ପ୍ରବାହିତ। ଫଳରେ ମାଲକାନଗିରି ଜୟପୁର ୩୨୬ ନମ୍ବର ଜାତୀୟ ରାଜପଥରେ ଯାନବାହାନ ଚଳ ପ୍ରଚଳ ହୋଇଛି ପ୍ରଭାବିତ। ଆଜି ସକାଳୁ ଜିଲ୍ଲାରେ ଲାଗିରହିଛି ପ୍ରବଳ ବର୍ଷ। ସହରର ଥାନା ଛକ, ହୋଟେଲ କୁଇନାଇ ଛକ, ବାଲିସାଗର ସାହି, ବସ ଷ୍ଟାଣ୍ଡ ବିଭିନ୍ନ ସ୍ଥାନରେ ଛାତିଏ ଉଚ୍ଚର ଚାଲୁଛି ପାଣିର ସୁଅ। ଏହି ବର୍ଷା ଦ୍ୱାରା ପୁଣି ଥରେ ସାବେରୀ, ସିଲେରୁ, ତମସା, ପୋଟେରୁ, ପାଙ୍ଗମ ନଦୀ ଫୁଲି ପୋଲ ଉପରେ ପ୍ରଭାହିତ ହେଉଛି ପାଣି ।କାଙ୍ଗୁରକୋଣ୍ଡା ପୋଲ ଉପରେ ପ୍ରବାହିତ ହେଉଛି ୧୦ ଫୁଟର ବନ୍ୟାଜଳ। 

What's Your Reaction?

like

dislike

love

funny

angry

sad

wow