ଭୁବନେଶ୍ବରରେ କଳକୀର ୮୭ ସୋ

Jun 28, 2024 - 15:50
 0  3
ଭୁବନେଶ୍ବରରେ କଳକୀର ୮୭ ସୋ

ସାଉଥ୍‌ ସୁପରଷ୍ଟାର ପ୍ରଭାସ ଅଭିନିତ ଆକ୍ସନ ଫିଲ୍ମ କଳକୀ-୨୮୯୮ ଏଡି ଆଜି ହୋଇଛି ରିଲିଜ୍‌। ଫିଲ୍ମର ଟ୍ରେଲର ଆସିବା ପରେ ସାରା ଦେଶରେ ରିଲିଜ୍‌କୁ ଅପେକ୍ଷା କରିଥିଲେ ଦର୍ଶକ। ଆଉ ଆଜି ଫିଲ୍ମ ରିଲିଜ୍‌ ହେବା ପରେ ସିନେମା ହଲ୍‌ରେ ସିନେମା ଦେଖିବା ପାଇଁ ଲମ୍ବା ଧାଡ଼ି ଲାଗିଛି। ଦେଶର ବିଭିନ୍ନ ସହର ସମେତ ଓଡ଼ିଶାରେ ମଧ୍ୟ କଳକୀର କ୍ରେଜ୍‌ ଜବରଦସ୍ତ ରହିଛି। ଆଜି ଫିଳ୍ମ ରିଲିଜ୍‌ ହୋଇଥିବା ବେଳେ ଗତ କାଲି ଠାରୁ ଆସନ୍ତା ୩ ଦିନ ଯାଏ ଅଧିକାଂଶ ସୋ ବୁକ୍‌ ହୋଇଯାଇଛି। ଆଜି ରାତି ନପାହୁଣୁ ସିନେମା ହଲ୍‌ରେ ପ୍ରଭାସଙ୍କ ପ୍ରଶଂସକଙ୍କୁ ଦେଖିବାକୁ ମିଳିଥିଲା। ନାଗ୍‌ ଅଶ୍ବିନୀଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ଏକ ସମୟରେ ହିନ୍ଦୀ ସମେତ ତେଲଗୁ, ତାମିଲ, କନ୍ନଡ, ମାଲାୟଲମ୍‌ ଭାଷାରେ ରିଲିଜ୍‌ ହୋଇଛି। ପ୍ରଭାସଙ୍କ ସହ ଦୀପିକା ପାଦୁକୋନ୍‌, ଅମିତାଭ ବଚ୍ଚନ, କମଲ ହାସନ, ଦିଶା ପଟାନୀ, ପଶୁପତି ରାମସ୍ବାମୀ, ଶାଶ୍ବତ ଚାଟାର୍ଜୀ ପ୍ରମୁଖ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି। ଫିଲ୍ମଟି ଆକ୍ସନରେ ଭରପୁର ଥିବା ବେଳେ ଏହାର ଅଧିକାଂଶ ଦୃଶ୍ୟ ହଲିଉଡ୍‌ ଫିଲ୍ମ ଭଳି ଦର୍ଶକଙ୍କୁ ଲାଗିବ। ସବୁଠାରୁ ବଡ଼ କଥା ହେଲା ଆଜି କେବଳ ଭୁବ‌ନେଶ୍ବରରେ ହିନ୍ଦୀ ଓ ତେଲଗୁ ଭାଷାର କଳକୀର ୮୦ରୁ ଅଧିକ ସୋ ଲାଗିଥିବା ବେଳେ ଆସନ୍ତାକାଲି ଶୁକ୍ରବାର ୮୭ଟି ସୋ ଲାଗିଛି।

What's Your Reaction?

like

dislike

love

funny

angry

sad

wow