ମାଲକାନଗିରି ଅଂଚଳରେ ଆଜି ସକାଳେ ପୁଲିସ ଏବଂ ନକ୍ସଲ ମଧ୍ୟରେ ଘଟିଛି ଗୁଳିବିନିମୟ

ମାଲକାନଗିରି  ଅଂଚଳରେ ଆଜି ସକାଳେ ପୁଲିସ ଏବଂ ନକ୍ସଲ ମଧ୍ୟରେ ଘଟିଛି ଗୁଳିବିନିମୟ

ମାଲକାନଗିରି ସୀମାନ୍ତ ଛତିଶଗଡ଼ର କିସ୍ଟରାମ ଅଂଚଳରେ ଆଜି ସକାଳେ ପୁଲିସ ଏବଂ ନକ୍ସଲ ମଧ୍ୟରେ ଘଟିଛି ଗୁଳିବିନିମୟ।ଏହି ଗୁଳିବିନିମୟରେ ୨ ଜଣ ନକ୍ସଲଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି।ବିଶେଷ ସୁତ୍ରରୁ ପୁଲିସକୁ ଖବର ମିଳିଥିଲା ଯେ କିସ୍ଟରାମ ଜଙ୍ଗଲରେ କ୍ୟାମ୍ପ କରି ରହିଛନ୍ତି ମାଓବାଦୀ। ତୁରନ୍ତ ସୁକମା ଜିଲ୍ଲା ପୁଲିସ ଏବଂ ଡିଆରଜି ଯବାନ ଜଙ୍ଗଲରେ କରିଥିଲେ ଚଢ଼ାଉ। ଆଜି ସକାଳେ ନକ୍ସଲ ଯବାନଙ୍କୁ ଦେଖି ଅତର୍କିତ ଗୁଳି ଚଳାଇଥବା ବେଳେ, ପୁଲିସ ମଧ୍ୟ ଦେଇଥିଲେ ପାଲଟା ଜବାବ ।ଘଟଣାସ୍ଥଳରେ ସର୍ଚ୍ଚ ଅପେରସନ କରୁଛନ୍ତି  ଯବାନ । ଯବାନମାନେ ଫେରିବା ପରେ ମିଳିବ ବିସ୍ତୃତ ରିପୋର୍ଟ।