ରାଶିଫଳ

ରାଶିଫଳ
ମେଷ
ଆଜି ଚନ୍ଦ୍ର କ୍ଷେତ୍ରରେ ମଙ୍ଗଳଙ୍କ ସ୍ଥିତି ପାରିବାରିକ ଜୀବନକୁ ଚିନ୍ତାଶୀଳ କରାଇବ। ତଥାପି ଗତକାଲି ଯେଉଁଥିପାଇଁ ଚିନ୍ତା କରୁଥିଲେ, ଆଜି ତାହା ଟିକିଏ ଟଣାଓଟରା ଭିତିରେ ପାଇବେ। କଥା ଦେଇଥିବା ବନ୍ଧୁ ପରକ୍ଷଣରେ ଓଲଟା କଥା କହିପାରନ୍ତି। 
ବୃଷ
ବକ୍ରୀ ବୃହସ୍ପତି ରାଶିରେ ରହିଥିବାରୁ ଅଟକି ରହିଥିବା ପ୍ରାପ୍ୟ ସହଜରେ ପାଇପାରିବେ। ସ୍ବାସ୍ଥ୍ୟ ପୂର୍ବଭଳି ରହିଲେ ମଧ୍ୟ ଦୁର୍ବଳତା କାର୍ଯ୍ୟକ୍ଷେତ୍ରକୁ ମନ୍ଥର କରିବ। ଆପଣଙ୍କ କାର୍ଯ୍ୟାବଳୀର ପ୍ରଶଂସା କରି ପଦସ୍ଥ ବ୍ୟକ୍ତି ଗୁରୁଦାୟିତ୍ୱ ବହନ କରିବାକୁ ଅନୁରୋଧ କରିବେ।
ମିଥୁନ
କର୍ମକ୍ଷେତ୍ରରେ ରାହୁ କର୍ମଜଞ୍ଜାଳ ବୃଦ୍ଧିଜନିତ ଆଜି ଘରକଥା ବୁଝିବା ପାଇଁ ସମୟ ପାଇବେ ନାହିଁ। ସାମାଜିକ ସ୍ତରରେ ବନ୍ଧୁବର୍ଗଙ୍କଠାରୁ ଉତ୍ସାହ ଓ ପ୍ରେରଣା ପାଇ ଦୁଃସାଧ୍ୟ କାର୍ଯ୍ୟ ସାଧନ କରିବେ। ପାରିବାରିକ ସମସ୍ୟାର ସରଳ ସମାଧାନ ହେଲେ ମଧ୍ୟ ଋଣ ଓ ପରୋକ୍ଷ ଶତ୍ରୁତା ଯୋଗୁ ବ୍ୟସ୍ତ ରହିପାରନ୍ତି।
କର୍କଟ
ଆଜି ଶୁକ୍ରଙ୍କ ରାଶ୍ୟାବଲୋକନରୁ ସକାଳୁ ଅଫିସ୍‌ରୁ କୌଣସି ଖବର ପାଇ ଖୁସି ହେବେ। ପ୍ରତିଶ୍ରୁତି ଦେଇ ଶେଷ ସମୟରେ ବନ୍ଧୁ ଅବିଶ୍ୱାସ କାମ କରିପାରନ୍ତି। ଶିଳ୍ପ, ବାଣିଜ୍ୟରେ ଲକ୍ଷ୍ୟ ହାସଲ କରିବେ, କିନ୍ତୁ ବହୁତ ଶ୍ରମ ସ୍ବୀକାର କରିବାକୁ ପଡ଼ିବ। 
ସି˚ହ
କୋଣଭାବସ୍ଥ ଗ୍ରହଙ୍କ ସୁପ୍ରଭାବରୁ ଆଜି ବନ୍ଧୁଙ୍କ ସାହାଯ୍ୟ ଓ ସହଯୋଗରୁ ଅଭିଳଷିତ ଫଳ ପାଇ ଖୁସି ହେବେ। ଶିଳ୍ପ, ବାଣିଜ୍ୟ, ନିର୍ମାଣ ଓ ପ୍ରଶାନକିକ ସ୍ତରରେ ସମସ୍ୟାର ଆଶୁ ସମାଧାନ ହୋଇଯିବ। ପରକଥାରେ ପଡ଼ି ଭୁଲ୍‌ ମାର୍ଗର ଅନୁସରଣ କଲେ ଅନୁତାପ କରିବାକୁ ପଡ଼ିପାରେ। 
କନ୍ୟା
କେନ୍ଦ୍ର ଓ କୋଣସ୍ଥ ଗ୍ରହଜନିତ ନିଜର ଚତୁଃପାର୍ଶ୍ୱରେ ଘଟି ଯାଉଥିବା ଛୋଟ ଘଟଣା ପ୍ରତି ଗୁରୁତ୍ୱ ଦିଅନ୍ତୁ ନାହିଁ। ପରିବାରର ବରାଦ ଅନୁଯାୟୀ ଗୃହୋପକରଣ ସାମଗ୍ରୀ କ୍ରୟ କରିବେ। ବିବାଦୀୟ ପରିବେଶରେ ଗୁରୁଜନଙ୍କଠାରୁ ପରାମର୍ଶ ପାଇ ଖୁସି ହେବେ। 
ତୁଳା
ଦ୍ୱାଦଶସ୍ଥ କେତୁ ହେତୁ ପରିସ୍ଥିତି ପ୍ରତି ଲକ୍ଷ୍ୟ କରି ନୀରବ ରହିବାକୁ ବାଧ୍ୟ ହେବେ। କର୍ମକ୍ଷେତ୍ରରେ ଆବଶ୍ୟକତା ଉପଲବ୍ଧି କରି ଏକାଧିକ କାମ ହାତକୁ ନେଇ ବ୍ୟଥିତ ହୋଇପାରନ୍ତି। ବନ୍ଧୁମାନଙ୍କ ସହ ଆଜିର ସକାଳୁଆ ଯାତ୍ରାରେ ସଫଳତା ପାଇବେ। 
ବିଛା
 ହିତୈଷୀଙ୍କ ସହଯୋଗରୁ ଅସମ୍ପୂର୍ଣ୍ଣ କାମ ପୂର୍ଣ୍ଣାଙ୍ଗ କରିପାରନ୍ତି। ଅନ୍ୟାୟ ବିରୋଧରେ ସ୍ବର ଉଠାଇବେ ସତ, କିନ୍ତୁ ସହଯୋଗ ପାଇବେ ନାହିଁ। ଅନିୟମିତ ଆହାର ଯୋଗୁ ସ୍ବାସ୍ଥ୍ୟରେ ସମସ୍ୟା ଦେଖାଦେଇପାରେ।
ଧନୁ
 ଶାସ୍ତ୍ରାଧ୍ୟୟନ, ସାହିତ୍ୟ ଚର୍ଚ୍ଚା ଓ ସତ୍‌ସଙ୍ଗ, ସଭାସମିତି, ବିତର୍କରେ ଅଂଶଗ୍ରହଣ କରି ପ୍ରଶଂସିତ ହେବେ। ସମସ୍ୟା ସମାଧାନରେ ରାସ୍ତା ଖୋଜି ବାହାର କରିବାରେ ସମର୍ଥ ହେବେ। ମତାନ୍ତର ଜନିତ ପରିବାରରେ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢ଼ିପାରେ।
ମକର
 କର୍ମକ୍ଷେତ୍ରରେ, ବନ୍ଧୁ ମେଳରେ ରହିବାର ସୁଯୋଗ ପାଇବେ ଏବଂ କାମ ହାସଲ କରିବେ। ପାରିବାରିକ ପରିସ୍ଥିତି ପୂର୍ବପରି ରହିବ ଏବଂ ସମସ୍ୟା ସମାଧାନ ହୋଇଯିବ। କଳା, ସାହିତ୍ୟ ତଥା ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱ ହେବ।
କୁମ୍ଭ
ବନ୍ଧୁଙ୍କ ସହ ପୂର୍ବାଲୋଚନା ଅନୁଯାୟୀ ଆଜିର କାମ ସବୁ ଠିକ୍‌ ଠିକ୍‌ ହୋଇଯିବ। କୌଣସି ସମସ୍ୟାର ଆଶଙ୍କା କରି ଅସୁବିଧା ନ ଥିଲେ ମଧ୍ୟ ମନ ଅସ୍ଥିର ରହିପାରେ। ଫେରିବା ବାଟରେ ଅର୍ଥ କିମ୍ବା ଦ୍ରବ୍ୟହାନି ଯୋଗୁ ବିଚଳିତ ହେବେ। 
ମୀନ
 ଯାତ୍ରା ସମୟରେ ଅନ୍ୟମନସ୍କତା କାରଣରୁ କେତେକ ଭୁଲ୍‌ କରିପାରନ୍ତି। ତଥାପି ଅର୍ଥ ଲାଭ, କଳା, ସାହିତ୍ୟ, ଆଲୋଚନା କ୍ଷେତ୍ରରେ ବେଶ୍‌ ଆଦୃତ ହେବେ। କର୍ମକ୍ଷେତ୍ରରେ ଅପ୍ରିୟ ସତକଥା କହି ବିରୋଧୀ ହୋଇପାରନ୍ତି।