ରାଶିଫଳ
ସାମାଜିକ ସ୍ତରରେ ଲୋକଙ୍କ ଖାତିର ରହିବ ଓ ଏକାଦଶସ୍ଥ ଶୁକ୍ର ଯୋଗୁ ଅର୍ଥନୈତିକ ଅଭିବୃଦ୍ଧି ଘଟିବ। ସନ୍ତାନଙ୍କ ଯୋଗୁ ଭାଙ୍ଗି ପଡ଼ିଥିବା ସମ୍ପର୍କ ଯୋଡ଼ି ହୋଇଯିବ। ଅଭିଳଷିତ ଦ୍ରବ୍ୟ ପ୍ରାପ୍ତିରେ ସମସ୍ୟା, କଚେରି ମାମଲା ଯୋଗୁ ଚିନ୍ତା ପ୍ରକଟ କରିବେ।
ଆଶା କରିଥିବା ଦିଗରୁ ଅର୍ଥ ପ୍ରାପ୍ତିର ମାର୍ଗ ସୁଗମ ହେବ। ଅଫିସରେ ଭଲ ସମ୍ପର୍କ ନ ଥିବା ବନ୍ଧୁ ଅସୁବିଧାରେ ପକାଇପାରନ୍ତି। କିନ୍ତୁ କୃତ୍ତିକା ନକ୍ଷତ୍ର ସକାଶେ ବିଶେଷ ଭ୍ରମଣ ହେତୁକ କ୍ଳାନ୍ତି ଓ ଅବସାଦ ଦେଖାଦେଇପାରେ।
ସତ୍ସଙ୍ଗ, ଯୋଗସାଧନା, ସଭାସମିତି, ସଙ୍ଗଠନ ଓ ରାଜନୀତି କ୍ଷେତ୍ର ସକାଶେ ଦିନଟି ଭଲ। ପୁନର୍ବସୁ ନକ୍ଷତ୍ର କଥାବାର୍ତ୍ତାରେ ସଂଯମତା ରକ୍ଷା ନ କଲେ ବିବାଦଗ୍ରସ୍ତ ହେବେ। ବନ୍ଧୁସମ୍ପର୍କ, ଶିକ୍ଷା କ୍ଷେତ୍ରରେ ଆଶାଜନକ ସୁଫଳ ପାଇବେ।
ଆର୍ଥିକ ଅନଟନଜନିତ ଧାର ଉଧାର କରିବାକୁ ପଡ଼ିପାରେ। ସାହିତ୍ୟ ଚର୍ଚ୍ଚା, ଗବେଷଣା, ଏଜେନ୍ସି, ସାମ୍ବାଦିକତାରେ ପ୍ରଶଂସିତ ହେବେ। ନିଜର ଇଚ୍ଛା ବିରୋଧରେ କୌଣସି କାମ କରି ପଶ୍ଚାତ୍ତାପ କରିବାକୁ ପଡ଼ିପାରେ।
ଭାଗ୍ୟାଧିପ ଅଷ୍ଟମସ୍ଥ ଏବଂ ମଙ୍ଗଳଙ୍କ ଦୁର୍ବଳତା କାରଣରୁ ଦୈହିକ ଓ ମାନସିକ ସ୍ଥିତି ଭଲ ରହିବ ନାହିଁ। ବନ୍ଧୁଙ୍କ ବିଚ୍ଛେଦାମତ୍କ ସ୍ଥିତି ଅନୁରାଧା ପାଇଁ ଦୁଃଖର କାରଣ ହେବ। ସମସ୍ୟା ରହିଥିଲେ ମଧ୍ୟ କୌଣସି ନୂତନ କର୍ମାରମ୍ଭ କରି ଆନନ୍ଦ ଅନୁଭବ କରିପାରନ୍ତି।
ଚନ୍ଦ୍ରଙ୍କ ସ୍ଥିତିଜନିତ ଭ୍ରମଣ ଓ ଖାଦ୍ୟରେ ଅନିୟମିତତା ସ୍ବାସ୍ଥ୍ୟହାନିର କାରଣ ହେବ। ଖୋଜୁଥିବା ଜିନିଷ ସୁବିଧାରେ ପାଇଯିବେ ଏବଂ ବକେୟା ଅର୍ଥ ଆଦାୟରେ ସକ୍ଷମ ହେବେ। କାର୍ଯ୍ୟଦକ୍ଷତାକୁ ନେଇ ପଡ଼ୋଶୀ ପ୍ରଶଂସା କରିବେ।
କଳା, ସାହିତ୍ୟ, ସାମ୍ବାଦିକତା, ଗବେଷଣା, ଅନୁସନ୍ଧାନ, କୃଷି, ବାଣିଜ୍ୟ ତଥା ରାଜନୀତିରେ ଚେଷ୍ଟା ସଫଳ ହେବ। ସଭା ସମିତିରେ ବାକ୍ ଅସଂଯମତା ଯୋଗୁ ସୁସମ୍ପର୍କ ବ୍ୟାହତ ହେବ। ଶାରୀରିକ ସୁସ୍ଥତା ଫେରି ଆସିବ ।
ଈର୍ଷାପରାୟଣ ବନ୍ଧୁଙ୍କ ମିଥ୍ୟା ଅଭିଯୋଗ ସକାଶେ ସାମୟିକ ବିରକ୍ତି ପ୍ରକାଶ କରିପାରନ୍ତି। ବିବାଦୀୟ ଘଟଣା କିମ୍ବା ମାଲିମକଦ୍ଦମାରେ ସ୍ଥିତି ଅନୁକୂଳ ରହିବ। ଆର୍ଥିକ ସ୍ଥିତି ପୂର୍ବପରି ଅପରିବର୍ତ୍ତିତ ରହିବାରୁ ଧନିଷ୍ଠା ନକ୍ଷତ୍ର ଖୁସି ରହିବେ।
What's Your Reaction?