ରାଶିଫଳ

ରାଶିଫଳ

ମେଷ: କାର୍ଯ୍ୟକ୍ଷେତ୍ରରେ ନିଜର ଦକ୍ଷତା ପ୍ରତିପାଦନ କରିପାରିବେ। ଶିଳ୍ପୋଦ୍ୟୋଗ ଓ ବ୍ୟବସାୟରେ ସଫଳତା ମିଳିବ। ଅତ୍ୟଧିକ ବ୍ୟସ୍ତତା ହେତୁ ଆପଣ ଘରେ ସମୟ ଦେଇ ପାରିବେ ନାହିଁ। କିନ୍ତୁ ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମାଧାନ କରିବାରେ ସଫଳ ହେବେ। ସ୍ୱାମୀ-ସ୍ତ୍ରୀ ସମ୍ପର୍କ ସ୍ୱାଭାବିକ ରହିବ।

ବୃଷ: ଅସୁସ୍ଥତା, ମାନସିକ ଅବସାଦ, ବିଷମ ପରିସ୍ଥିତି ଓ ଆର୍ଥିକ ସମସ୍ୟା ଭିତରଦେଇ ଗତି କରିବାକୁ ପଡ଼ିପାରେ। ସ୍ୱାସ୍ଥ୍ୟ ଚିନ୍ତା ଘାରିବ। ବ୍ୟବସାୟ-ବାଣିଜ୍ୟ ବା ଶିଳ୍ପ କାରବାରରେ କିଛି ପ୍ରତିବନ୍ଧକର ସାମ୍ନା କରିବାକୁ ପଡ଼ିପାରେ। ଦୂରଯାତ୍ରା ସ୍ପୃହଣୀୟ ନୁହେଁ । ମନୋରଞ୍ଜନରେ ସମୟ ଅତିବାହିତ କରିପାରନ୍ତି। 

ମିଥୁନ:  କଳହ, ବିବାଦ, ଦୂରଯାତ୍ରା, ମାଲିମକଦ୍ଦମାରୁ ଦୂରରେ ରହନ୍ତୁ। ଯଦି ଆପଣ ବୀମା କିମ୍ବା ବିନିଯୋଗ ସହ ଜଡିତ ଏକ ଯୋଜନା କରୁଛନ୍ତି, ତେବେ ଏହା ତୁରନ୍ତ କାର୍ଯ୍ୟକାରୀ ନ କରି କିଛିଟା ବିଳମ୍ବ କରନ୍ତୁ। ଋଣ କାରବାର କରନ୍ତୁ ନାହିଁ। ସହଭାଗିତାରେ କରାଯାଉଥିବା ବ୍ୟବସାୟ ଏକ ଯୋଜନାବଦ୍ଧ ଢଙ୍ଗରେ କରିବା ଆବଶ୍ୟକ।

କର୍କଟ: ଆୟ ସହିତ ଖର୍ଚ୍ଚର ମଧ୍ୟ ଆଧିକ୍ୟ ରହିବ। ନିଜର ବଜେଟ ଅନୁସାରେ ଖର୍ଚ୍ଚ କରନ୍ତୁ। ବ୍ୟବସାୟ ସହ ଜଡିତ କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି। ଦରକାର ମନେହେଲେ ଜଣେ ଅଭିଜ୍ଞ ବ୍ୟକ୍ତିଙ୍କ ପରାମର୍ଶ ନେବା ଭଲ । କୌଣସି ଛୋଟ ଜିନିଷକୁ ନେଇ ଜୀବନସାଥୀଙ୍କ ସହ ଝଗଡା ନ ହେବା ଉଚିତ। 

ସିଂହ: ଆର୍ଥିକ କାରବାରରେ ଲାଭ ମିଳିବ। ରୋଗମୁକ୍ତି, ଋଣ ସୂତ୍ରରେ ବା ବକେୟା ଅର୍ଥ ପ୍ରାପ୍ତି ଆଦି ଘଟିପାରେ। କିଛି ସମୟ ଧରି ଲିଆସୁଥିବା ସମସ୍ୟାର ସମାଧାନ ପାଇବା ଦ୍ୱାରା ଆପଣ ଆଶ୍ୱସ୍ତି ଅନୁଭବ କରିବେ। ପରିଶ୍ରମ ଅନୁଯାୟୀ ସୁଫଳ ପାଇବେ। ପ୍ରତିଯୋଗିତାପୂର୍ଣ୍ଣ କାର୍ଯ୍ୟଗୁଡ଼ିକ ଲାଗି ବହୁ ପରିଶ୍ରମ କରିବାକୁ ପଡ଼ିପାରେ।

କନ୍ୟା:  ଅନ୍ୟମାନଙ୍କ କଥା ଉପରେ ଧ୍ୟାନ ନ ଦେଇ ଆପଣଙ୍କର କାର୍ଯ୍ୟଦକ୍ଷତା ଉପରେ ବିଶ୍ୱାସ କରନ୍ତୁ। ଆପଣଙ୍କର ବ୍ୟବସାୟିକ କାର୍ଯ୍ୟକଳାପକୁ ଗୁପ୍ତ ରଖନ୍ତୁ। କାରଣ ଆପଣଙ୍କ ଯୋଜନା ଅନ୍ୟମାନଙ୍କ ନିକଟରେ ପ୍ରକାଶ ପାଇଲେ ତାହା ଭଣ୍ଡୁର ହୋଇପାରେ। ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ପରିବାରର ସମର୍ଥନ ନେବା ଉଚିତ।

ତୁଳା:  ଧୈର୍ଯ୍ୟ ଧରିଲେ ଲାଭର ନୂତନ ପଥ ଖୋଲିଯିବ। କୌଣସି ଧାର୍ମିକ କାର୍ଯ୍ୟକ୍ରମକୁ ଯିବାର ସୁଯୋଗ ପାଇବେ। ପିଲାମାନଙ୍କର କୌଣସି କାର୍ଯ୍ୟକଳାପ ହେତୁ ଘରେ ଅଶାନ୍ତି ଦେଖାଦେଇପାରେ। ଆଜି ମାର୍କେଟିଂ ଏବଂ ମିଡିଆ ସମ୍ବନ୍ଧୀୟ କାର୍ଯ୍ୟଠାରୁ ଦୂରରେ ରୁହନ୍ତୁ।

ବିଛା: ବ୍ୟବସାୟରେ ଉନ୍ନତି, ଅଳ୍ପଦୂର ଯାତ୍ରା ଓ ବକେୟା ଅର୍ଥଲାଭ ଯୋଗ ଅଛି। ପ୍ରତିକୂଳ ପରିସ୍ଥିତି ବିରୋଧରେ ଲଢ଼େଇ କରିବାର କ୍ଷମତା ଅର୍ଜନ କରିବେ।


ଧନୁ: ସ୍ୱାସ୍ଥ୍ୟ ଓ ଅର୍ଥ ଲାଗି କେତେକ ପ୍ରତିକୂଳ ପରିସ୍ଥିତି ସୃଷ୍ଟି ହୋଇପାରେ। ଖର୍ଚ୍ଚ ବଢ଼ିପାରେ। ଶୁଭ କର୍ମର ଶୁଭ ଓ ଅଶୁଭ କର୍ମର ଅଶୁଭ ଫଳ ନିଜ ଉଦ୍ୟମ ଅନୁଯାୟୀ ମିଳିବ । ଅନିୟନ୍ତ୍ରିତ କ୍ରୋଧ ଉପରେ ଅଙ୍କୁଶ ରଖନ୍ତୁ । କିଛି ବିନିଯୋଗ ସମ୍ବନ୍ଧୀୟ ଯୋଜନା ପ୍ରସ୍ତୁତ କରିପାରନ୍ତି । 

ମକର: ବ୍ୟବସାୟ ଅନେକ ପ୍ରତିଯୋଗିତାର ସମ୍ମୁଖୀନ ହେବ। କିଛି ନକାରାତ୍ମକ ପ୍ରବୃତ୍ତିର ଲୋକ ଆପଣଙ୍କ ବିରୋଧରେ ଷଡଯନ୍ତ୍ର ରଚିପାରନ୍ତି। ସ୍ୱାମୀ-ସ୍ତ୍ରୀ ସଂପର୍କରେ କିଛି ବିବାଦ ଦେଖାଦେବ। ପାଦ ଫୁଲିଯିବା ବା ପାଦରେ ଯନ୍ତ୍ରଣା ଭଳି ସମସ୍ୟା ଦେଖାଦେଇପାରେ । ସମୟ ସମୟରେ ବିଶ୍ରାମ ନେବା ଆବଶ୍ୟକ।

କୁମ୍ଭ: ଭାଇମାନଙ୍କ ସହିତ ସମ୍ପର୍କ ମଧୁର ହେବ ଏବଂ ଅତୀତର କିଛି ନକାରାତ୍ମକ ଭୁଲ ଧାରଣା ଦୂର ହେବ । ଅଜ୍ଞାତ ବ୍ୟକ୍ତିଙ୍କ ସହିତ ସାକ୍ଷାତ ଏବଂ ଯୋଗାଯୋଗ ଆପଣଙ୍କ ପାଇଁ କ୍ଷତିକାରକ ହୋଇପାରେ। 

ମୀନ: ବ୍ୟବସାୟ-ବାଣିଜ୍ୟ ଓ ଶିଳ୍ପୋଦ୍ୟୋଗରେ ପୁଞ୍ଜିନିବେଶ ଲାଭଜନକ ହେବ। ଆର୍ଥିକ ଲାଭ ଓ ଉନ୍ନତିର ସମ୍ଭାବନା ରହିଛି । ବନ୍ଧୁ-ପରିଜନରେ ଖୁସି ମନାଇବାର ସୁଯୋଗ ମିଳିପାରେ। ଘରର ଜଣେ ସଦସ୍ୟଙ୍କ ଦାମ୍ପତ୍ୟ ଜୀବନରେ ସମସ୍ୟା ହେତୁ ଅସନ୍ତୋଷ ରହିପାରେ।