ରାଶିଫଳ

Jul 30, 2024 - 12:58
 0  25
ରାଶିଫଳ
ମେଷ

ଆଜି ଧନ ସ୍ଥାନରେ ଚନ୍ଦ୍ର ମଙ୍ଗଳ ଯୋଗରୁ ହାତ ଖାଲି ରହିବନାହିଁ। କିନ୍ତୁ ଛୋଟ ଛୋଟ କଥାକୁ ନେଇ ବନ୍ଧୁଙ୍କ ଭୁଲ୍‌ ବୁଝାମଣା ଓ ବେଖାତିର କଥାରୁ ମତାନ୍ତର ଘଟିପାରେ। ବାଣିଜ୍ୟ, ବ୍ୟବସାୟ କିମ୍ବା ପରିବହନରେ ଆକସ୍ମିକ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। 
ବୃଷ

ଆମତ୍ୀୟଙ୍କୁ ଭଲ କଥା କହିଲେ ମଧ୍ୟ ସେମାନେ ଭୁଲ୍‌ ବୁଝିପାରନ୍ତି। ଆକସ୍ମିକ ଆବଶ୍ୟକତା କାରଣରୁ ଖର୍ଚ୍ଚ ବୃଦ୍ଧି ପାଇ ଚିନ୍ତାକୁ ବଢ଼ାଇ ଦେଇପାରେ। ସଭାସମିତିରେ, କଳା, ସାହିତ୍ୟ, ସଙ୍ଗୀତରେ ଅର୍ଥ ଓ ସମ୍ମାନ ପାଇ ଖୁସି ହୋଇପାରନ୍ତି।
ମିଥୁନ

 ଜଣେ ବନ୍ଧୁ ଆଜି ଆପଣଙ୍କର ମାର୍ଗଦର୍ଶକ ସାଜିପାରନ୍ତି। କର୍ମକ୍ଷେତ୍ରରେ, ବ୍ୟବସାୟରେ ସ୍ତ୍ରୀଙ୍କ ପରାମର୍ଶ ଗ୍ରହଣକଲେ ମନ୍ଦ ହେବନି। ଯାତ୍ରା ସମୟରେ ଯାନବାହନ ଚାଳନାରେ ସତର୍କତା ଅବଲମ୍ବନ କରିବା ଭଲ ହେବ।
କର୍କଟ

ଏକାଦଶସ୍ଥ ମଙ୍ଗଳ ଗ୍ରହ ଅମଙ୍ଗଳ ବିନାଶ ପୂର୍ବକ ଆଶା ପୂରଣରେ ସାହାଯ୍ୟ କରିବେ। ଘର କଥା ଓ ଆର୍ଥିକ ସମସ୍ୟା ନେଇ ମନରେ ବିଭିନ୍ନ ପ୍ରକାର ଦୁର୍ଭାବନା ସୃଷ୍ଟି ହୋଇପାରେ। ସାଧାରଣ କଥାକୁ ବଡ଼ କରି ସହକର୍ମୀ ମାନେ କଳହର ମାତ୍ରାକୁ ବଢ଼ାଇପାରନ୍ତି। 
ସି˚ହ

ଧନାଧିପ ବ୍ୟୟଭାବସ୍ଥ ହେତୁ ବ୍ୟୟଭାର ବୃଦ୍ଧି ପାଉଥିବାରୁ ମନରେ ସରସତା ରହି ନ ପାରେ। ଯେତେ ସୁବିଧା ସୁଯୋଗ ସୃଷ୍ଟିକଲେ ମଧ୍ୟ ଅନ୍ୟମାନେ ନିନ୍ଦାଗାନ କରିପାରନ୍ତି। ପାରିପାର୍ଶ୍ୱିକ ପରିସ୍ଥିତି କେତେକାଂଶରେ ଭଲ ରହିବାରୁ ଆଶ୍ୱସ୍ତି ଲାଭ କରିବେ। 
କନ୍ୟା

ଆଜି ପରୋକ୍ଷ ଶତ୍ରୁତା, ଅନିଚ୍ଛାକୃତ ଭ୍ରମଣ, ବ୍ୟୟବୃଦ୍ଧି ଦୁଶ୍ଚିନ୍ତାର କାରଣ ହେବ। କର୍ମକ୍ଷେତ୍ରରେ ସାଧାରଣ କଥାରେ ମତାନ୍ତର ଆଶଙ୍କା ରହିଛି। ବହୁ ଦିନର ଅପୂରଣୀୟ ଆଶା ଓ ଅବଦମିତ ଇଚ୍ଛା ମନରେ ଭୟ ସୃଷ୍ଟି କରିପାରେ। 
ତୁଳା

 ଭୁଲ୍‌ ବୁଝାମଣା କାରଣରୁ ପରିବାରରେ ସାଧାରଣ କଥାକୁ କେନ୍ଦ୍ରକରି ଝଡ଼ ଉଠିପାରେ। କଳହ ଲାଗିଥିବା ବନ୍ଧୁ ପ୍ରତି ସତର୍କ ନ ରହିଲେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ମାଲିମକଦ୍ଦମାରେ ଆଲୋଚନା ଦ୍ୱାରା ସମସ୍ୟା ସମାଧାନ ହୋଇଯିବ।
ବିଛା

ଅନ୍ୟମାନଙ୍କ କଥାରେ ଭାସି ନ ଯାଇ ଶତ୍ରୁତା କରୁଥିବା ବ୍ୟକ୍ତି ନିକଟରୁ ଦୂରେଇରହିବା ଭଲ। ଧାରକରଜ କରି ଆବଶ୍ୟକତା ଚଳାଇନେବେ। କ୍ରୀଡ଼ା, କଳା, ସାହିତ୍ୟ , ସଙ୍ଗୀତ ଓ ଚଳଚ୍ଚିତ୍ର କ୍ଷେତ୍ରରେ ସମସ୍ୟା ଦେଖାଦେଇପାରେ।
ଧନୁ

 ଯାହା ଚାହୁଁଛନ୍ତି ତାହା ହାସଲ କରିବା କଷ୍ଟକର ହେବ ନାହିଁ। ମନ ଭଲ ନ ଥିବା କାରଣରୁ କିମ୍ବା ବ୍ୟବହାର ବନ୍ଧୁଙ୍କ ମନରେ ଆଘାତ ଦେଇପାରେ। ପରିବହନ, ଆମଦାନୀ କାରବାର କ୍ଷେତ୍ରରେ ନିଜ ନିଜର ସ୍ଥାନରେ ବେଶ୍‌ ଖୁସି ରହିବେ।
ମକର

 ଗତକାଲିଠାରୁ ଯାହା କରିବାକୁ ମନସ୍ଥ କରିଛନ୍ତି ଶୀଘ୍ର ଆରମ୍ଭ କଲେ ସଫଳତା ପାଇବେ। ବନ୍ଧୁଙ୍କ ନିକଟରୁ କୌଣସି ଖବର ପାଇ ବିସ୍ମିତ ହେବେ। ଶିକ୍ଷା, ସଭାସମିତି, ଲେଖାପଢ଼ା ଓ ଗବେଷଣା କ୍ଷେତ୍ରରୁ ଶୁଭଫଳ ପାଇବେ।
କୁମ୍ଭ

ପରିବାରରେ ମଧ୍ୟ ସନ୍ଦେହ ଓ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢ଼ିପାରେ। ବନ୍ଧୁଙ୍କ ସହାୟତାରେ ବ୍ୟବସାୟରେ ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ। ଚୁକ୍ତିଭିତ୍ତିକ କାମ, ଶିଳ୍ପ, ବାଣିଜ୍ୟ, ପରିବହନ ଓ ବ୍ୟବସାୟିକ ସ୍ଥିତି ମାନ୍ଦା ହେବନାହଁି।
ମୀନ

ସମସ୍ୟା ଆସିଲେ ମଧ୍ୟ ତାହାର ଠିକ୍‌ ସମାଧାନ ସକାଶେ ମାର୍ଗ ଉନ୍ମୁକ୍ତ ରହିବ। ଆଜିର ଯାତ୍ରା, ବାଣିଜ୍ୟ, ବ୍ୟବସାୟ, ମାଲିମକଦ୍ଦମା, ସଙ୍ଗଠନାଦିରେ ସାମୟିକ ସମସ୍ୟା ରହିପାରେ। ସାହିତ୍ୟଚର୍ଚ୍ଚା, ସାମ୍ବାଦିକତା, ପ୍ରତିଯୋଗିତା, ସଭାସମିତି, ଆଲୋଚନା କ୍ଷେତରୁ ସୁନାମ ମିଳିବ।

What's Your Reaction?

like

dislike

love

funny

angry

sad

wow