ସରିବ ୧୧ ଦିନର କଂସ ମହାରାଜାଙ୍କ ଆଧିପତ୍ୟ

ଆଜି ସରିବ ବରଗଡ଼ ଧନୁଯାତ୍ରା। ୧୦ ଦିନ ଧରି ବରଗଡ଼ ମଥୁରାନଗରୀରେ ଚାଲିଥିଲା ପ୍ରବଳପ୍ରତାପୀ କଂସଙ୍କ ରାଜୁତି। ଗତକାଲି ଧନୁଯାତ୍ରାର ଦଶମ ଦିନରେ ସାମିଲ ହୋଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝି । ସ୍ଥାୟୀ ରଙ୍ଗମହଲ ତିଆରି କରବା ପାଇଁ ୧୨ କୋଟି ୮୦ ଲକ୍ଷ ଟଙ୍କା, ଯମୁନା ନଦୀ ବା ଜିରା ନଦୀ ରେ ଆନିକଟ ପାଇଁ ୮୦ କୋଟି ଟଙ୍କା, ଏବଂକେନାଲର ସୋନ୍ଦର୍ଯ୍ୟ କରଣ ପାଇଁ ୩୦ କୋଟି ଟଙ୍କା ମଂଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରଥମ ପର୍ଯ୍ୟାୟ ରେ ଧନୁଯାତ୍ରାର ୧୭୦ ଜଣ କଳାକାର ଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ସହାୟତା ଘୋଷଣା କରିଥିବା ବେଳେ ଆଜି ମଞ୍ଚ ରେ ୧୦ଜଣ କଳାକାର ଙ୍କୁ ୧୦ହଜାର ଟଙ୍କା ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ।ବରଗଡ଼ର ପ୍ରାୟ ୭ କିଲୋମିଟର ପରିଧି ମଧ୍ୟରେ ୨୨ ଟି ମଂଚରେ ଆୟୋଜିତ ହୋଇଥିଲା ଧନୁଯାତ୍ରା ମହୋତ୍ସବ ।ପୌରାଣିକ ନାଟକରେ କଳାକାରଙ୍କ ଅଭିନୟ ସହିତ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଥିଲା ମୀନାବଜାର । ଆଜି ଶେଷ ଦିନରେ କଂସ ବଧ ହେବା ସହ କୃଷ୍ଣ ବଳରାମ ମାମୁଁ କଂସଙ୍କ ନିମନ୍ତ୍ରଣ ପାଇଁ ସେଠାରେ ପହଂଚି ମଥୁରା କଟକ ଭ୍ରମଣରେ ରହିଥିବା ବେଳେ ଆଜି କଂସ ବଧ ପରେ ଶେଷ ହେବ ଧନୁଯାତ୍ରା।
What's Your Reaction?






