୩ଟି ଟିଭି ଚ୍ୟାନେଲକୁ ନିଷିଦ୍ଧ କରିବାକୁ ନିଷ୍ପତ୍ତି ନେଇଛନ୍ତି ଟିଏମ୍‌ସି ସରକାର

Sep 3, 2024 - 11:26
 0  4
୩ଟି ଟିଭି ଚ୍ୟାନେଲକୁ ନିଷିଦ୍ଧ କରିବାକୁ ନିଷ୍ପତ୍ତି ନେଇଛନ୍ତି ଟିଏମ୍‌ସି ସରକାର

ଖୁବ୍‌ଶୀଘ୍ର ୩ଟି ଟିଭି ଚ୍ୟାନେଲକୁ ନିଷିଦ୍ଧ କରିବାକୁ ନିଷ୍ପତ୍ତି ନେଇଛନ୍ତି ପଶ୍ଚିମବଙ୍ଗରେ କ୍ଷମତାସୀନ ଟିଏମ୍‌ସି ସରକାର । ଏଗୁଡିକ ହେଲା ଏବିପି ଆନନ୍ଦ, ରିପବ୍ଲିକ ଟିଭି ଏବଂ ଟିଭି୯। ମହିଳା ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ଘଟଣାକୁ ନେଇ ରାଜ୍ୟ ସରକାରଙ୍କୁ ବଦନାମ କରିବାକୁ ଏହି ଚ୍ୟାନେଲଗୁଡିକ ଚକ୍ରାନ୍ତ କରୁଥିବା ଅଭିଯୋଗ କରିଛନ୍ତି ରାଜ୍ୟ ସରକାର। ପ୍ରତିକ୍ରିୟା ଦେବା ନିମନ୍ତେ ଏହି ଚ୍ୟାନେଲକୁ କୌଣସି ପ୍ରତିନିଧି ନ ପଠାଇବାକୁ ଟିଏମ୍‌ସି ସୁପ୍ରିମୋ ନେଇଛନ୍ତି ନିଷ୍ପତ୍ତିି। ବର୍ତ୍ତମାନ ସିିବିଆଇ ଘଟଣାର ତଦନ୍ତ କରୁଥିବାବେଳେ ଏହି ଚ୍ୟାନେଲଗୁଡିକ ବିଭ୍ରାନ୍ତିକର ରିପୋର୍ଟ ପ୍ରକାଶ କରୁଥିବା ଦୁର୍ଭାଗ୍ୟଜନକ ବୋଲି କୁହାଯାଇଛି ଟିଏମସି ପକ୍ଷରୁ।

What's Your Reaction?

like

dislike

love

funny

angry

sad

wow