ଗାଭାସ୍କର-ବାବର ମହାମିଳନ

Jun 3, 2024 - 15:40
 0  4
ଗାଭାସ୍କର-ବାବର ମହାମିଳନ

କ୍ରିକେଟ୍ପ୍ରେମୀ ରବିବାର ଦେଖିବାକୁ ପାଇଥିଲେ ଏକ ଅପୂର୍ବ ମହାମିଳନ। ପାକିସ୍ତାନ ଅଧିନାୟକ ବାବର ଆଜମ ମହାନ ଭାରତୀୟ କ୍ରିକେଟର୍ସୁନୀଲ ଗାଭାସ୍କରଙ୍କ ସହ ଆମେରିକୀୟ ସହର ଡଲାସରେ ଢେର ସମୟ ବାର୍ତ୍ତାଳାପ କରିବା ସହ ତାଙ୍କଠାରୁ ନେଇଥିଲେ ବ୍ୟାଟିଂ ଟିପ୍ସ । ଏହି ମହାମିଳନର ଭିଡିଓ ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ‘ଏକ୍ସରେ ପ୍ରକାଶ କରିବା ପରେ ଏହା ଭାଇରାଲ୍ ହୋଇଛି। ଭିଡିଓଟିରେ ଗାଭାସ୍କରଙ୍କୁ ଦେଖି ବାବର ତାଙ୍କ ପାଖକୁ ଯାଇ କରମର୍ଦ୍ଦନ କରୁଛନ୍ତି। କିଛି ସମୟ କଥା ବି ହେଉଛନ୍ତି। ଭିଡିଓକୁ ଦେଖି ଦୁଇ ଚିରପ୍ରତିଦ୍ବନ୍ଦ୍ବୀ ଦେଶର ଏହି ଦୁଇ ମହାନ ତାରକା ପରସ୍ପରକୁ ଏଭଳି ସମ୍ମାନ ଦେଖାଇ ଉଦାହରଣ ସୃଷ୍ଟି କରିଛନ୍ତି ବୋଲି କ୍ରିକେଟ୍ପ୍ରେମୀ ଚର୍ଚ୍ଚା କରୁଛନ୍ତି। ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପ୍ରେ ପାକିସ୍ତାନ ଗ୍ରୁପ୍ରେ ରହିଛି। ଭାରତ ମଧ୍ୟ ଏହି ଗ୍ରୁପ୍ରେ ସ୍ଥାନ ପାଇଛି। ଏଣୁ ବାବରଙ୍କୁ ଗାଭାସ୍କର କି ପରାମର୍ଶ ଦେଇଛନ୍ତି, ତାହା ମଧ୍ୟ ଭାରତୀୟ ସମର୍ଥକଙ୍କ ମନରେ କୌତୁହଳ ସୃଷ୍ଟି କରିଛି। ସୂଚନାଯୋଗ୍ୟ ଯେ ପାକିସ୍ତାନ ତାର ବିଶ୍ବକପ୍ ଅଭିଯାନ ଆସନ୍ତା ତାରିଖରେ ଆମେରିକା ବିପକ୍ଷରେ ଆରମ୍ଭ କରିବ। ଏହାର ଗୋଟିଏ ଦିନ ପୂର୍ବରୁ ଆୟର୍ଲାଣ୍ଡ ବିପକ୍ଷରେ ଭାରତ ତାର ଅଭିଯାନ ଆରମ୍ଭ କରିସାରିଥିବ।

What's Your Reaction?

like

dislike

love

funny

angry

sad

wow