ଚାମ୍ପିୟନ୍ସ ଟ୍ରଫି ଫାଇନାଲରେ ମୁହାଁମୁହିଁ ହେବେ ଭାରତ-ନ୍ୟୁଜିଲାଣ୍ଡ

ଚାମ୍ପିୟନ୍ସ ଟ୍ରଫି ଫାଇନାଲରେ ମୁହାଁମୁହିଁ ହେବେ ଭାରତ-ନ୍ୟୁଜିଲାଣ୍ଡ । ଦୁଇ ସନ୍ତୁଳିତ ଓ ଦୃଢ଼ ମାନସିକ ଦକ୍ଷତାଧାରୀ ଦଳ ପରସ୍ପରକୁ କଡ଼ା ଟକ୍କର ଦେଇ ଟ୍ରଫି ଜିତିବାକୁ କରିବେ ଜୋରଦାର୍ ଲଢ଼େଇ । ଏହି ପ୍ରତୀକ୍ଷିତ ଲଢେଇ ପାଇଁ ଉଭୟ ଦଳ କରିସାରିଛନ୍ତି ସବୁପ୍ରକାର ପ୍ରସ୍ତୁତି। ଦୋଷ ଦୂର୍ବଳତାକୁ ଦୂର କରିବା ଲାଗି ଜୋରଦାର୍ ଅଭ୍ୟାସ କରିବା ସହ ଦୁବାଇ ପରିବେଶକୁ ଖାପଖୁଆଇଲା ଭଳି ରଣନୀତି ପ୍ରସ୍ତୁତ କରିଛନ୍ତି । ଦିନ ୨ଟା ୩୦ରୁ ଆରମ୍ଭ ହେବାକୁ ଥିବା ଏହି ମହା ଲଢ଼େଇକୁ ଦୁଇ ଦେଶର ସମର୍ଥକ ଓ ସାରାବିଶ୍ବର କ୍ରିକେଟ୍ପ୍ରେମୀ ବି ଚାହିଁ ବସିଛନ୍ତି ଚାତକ ଭଳି। ଭାରତ ସହ ଚିର ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନରେ ଏହି ମ୍ୟାଚ୍କୁ ନେଇ ପରିଲକ୍ଷିତ ହେଉଛି ପ୍ରବଳ ଉତ୍ସାହ । ତେବେ ଏକମାତ୍ର ଦଳ ଭାବେ ପୂରା ପ୍ରତିଯୋଗିତାରେ ଅପରାଜୟ ରହିଥିବା ଭାରତୀୟ ଦଳ ସୁପର୍ସଣ୍ଡେରେ ସୁପର୍ ବିଜୟ ହାସଲ କରି ୧୨ବର୍ଷ ପରେ ପୁନର୍ବାର ଚାମ୍ପିଅନ୍ସ ଟ୍ରଫି ଜିତିବ ବୋଲି ଦୃଢ଼ ଆଶା ପୋଷଣ କରିଛନ୍ତି ଭାରତୀୟ ପ୍ରଶଂସକ । ଭାରତ ଓ ନ୍ୟୁଜିଲାଣ୍ଡ ୨୫ବର୍ଷ ପରେ ଚାମ୍ପିଅନ୍ସ ଟ୍ରଫି ଫାଇନାଲ୍ରେ ହେବେ ଭେଟାଭେଟି।
What's Your Reaction?






