ଜମ୍ମୁ କଶ୍ମୀରରେ ପ୍ରବଳ ବର୍ଷା ଯୋଗୁଁ ସୃଷ୍ଟି ହୋଇଛି ବନ୍ୟା ଓ ଭୂସ୍ଖଳନ

ଜମ୍ମୁ କଶ୍ମୀରରେ ପ୍ରବଳ ବର୍ଷା ଯୋଗୁଁ ସୃଷ୍ଟି ହୋଇଛି ବନ୍ୟା ପରିସ୍ଥିତି। ଅନେକ ସ୍ଥାନରେ ବର୍ଷା ଯୋଗୁଁ ଭୂସ୍ଖଳନ ହୋଇଥିବାରୁ ଲିଙ୍କ୍ ରୋଡ୍ଗୁଡ଼ିକରେ ଯାତାୟାତ ହୋଇଛି ପ୍ରଭାବିତ । ରାସ୍ତା ଉପରେ ପଡ଼ିଥିବା ଆବର୍ଜନାକୁ ହଟାଇବା ପାଇଁ ପ୍ରଶାସନ ପକ୍ଷରୁ ନିଆଯାଇଛି ପଦକ୍ଷେପ । ସୋମବାର ଆବର୍ଜନା ସଫା ହେବ ବୋଲି କରାଯାଉଛି ଆଶା। ପ୍ରବଳ ବର୍ଷା ଯୋଗୁଁ ବିଲାୱାରର ନାଜ୍, ଭିନି, ଉଜ, ପଞ୍ଜତୀର୍ଥି ନଦୀରେ ସୃଷ୍ଟି ହୋଇଛି ବନ୍ୟା ପରିସ୍ଥିତି। ଶନିବାର ରାତିରେ ବିଭିନ୍ନ ଲିଙ୍କ୍ ରୋଡ୍ ରେ ଭୂସ୍ଖଳନ ଯୋଗୁଁ ଯାତାୟାତ ପ୍ରଭାବିତ ହୋଇଥିଲା। ସେହିପରି ରିୟାଦ ବାଗଗନ, କଟଲି ମଲହର ରୋଡରେ ଭୂସ୍ଖଳନ ଯୋଗୁଁ ଯାନବାହନ ଚଳାଚଳ ବନ୍ଦ ରହିଥିଲା। କୋହାଗ ଡାଲିଆଁ, ଧାର ଦୁଗ୍ନୁ, ହୋତର, ଦୁଗ୍ଗେନି ବାଲା କେ ସଦ୍ରୋତା, ପଟୋଡି ଆଦି ଲିଙ୍କ୍ ରୋଡ୍ ରେ କୌଣସି ଟ୍ରେନ୍ ଚଳାଚଳ କରୁନଥିବାରୁ ଲୋକଙ୍କୁ ଯାତାୟାତରେ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥିଲା।
What's Your Reaction?






