ଟି-୨୦ ବିଶ୍ୱକପରେ ବିଜୟ ଅଭିଯାନ ଜାରି ରଖିଛି ଦକ୍ଷିଣ ଆଫ୍ରିକା

ଟି-୨୦ ବିଶ୍ୱକପରେ ବିଜୟ ଅଭିଯାନ ଜାରି ରଖିଛି ଦକ୍ଷିଣ ଆଫ୍ରିକା। ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚରେ ଦକ୍ଷିଣ ଆଫ୍ରିକା ବାଂଲାଦେଶକୁ ୪ ରନରେ ହରାଇ ଦେଇଛି। ଟସ୍ ଜିତି ସାଉଥ୍ ଆଫ୍ରିକା ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ୍ ହରାଇ କରିଥିଲା ୧୧୩ ରନ୍। ଏହାର ଜବାବରେ ବାଂଲାଦେଶ ୭ ୱିକେଟ ହରାଇ ୨୦ ଓଭରରେ ୧୦୯ ରନ୍ କରିପାରିଥିଲା।ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିବା ଦକ୍ଷିଣ ଆଫ୍ରିକା ପାୱାର ପ୍ଲେରେ ୪ ୱିକେଟ୍ ହରାଇ ମାତ୍ର ୨୫ ରନ୍ କରିପାରିଥିଲା। ସେପଟେ କଠିନ ପିଚ୍ ଓ ପ୍ରତିକୂଳ ପାଗର ଫାଇଦା ଉଠାଇ ବାଂଲା ବୋଲରମାନେ ଶାଣିତ ବୋଲିଂ କରିଥିଲେ। ଫଳରେ ଦକ୍ଷିଣ ଆଫ୍ରିକାର ପ୍ରଥମ ୪ଜଣ ଖେଳାଳିଙ୍କ ମଧ୍ୟରୁ ୨ଜଣ ଖାତା ଖୋଲି ପାରି ନଥିଲେ।
What's Your Reaction?






