ପ୍ରତିଶୋଧ ନେବ ଭାରତ

Apr 29, 2025 - 16:55
 0  5
ପ୍ରତିଶୋଧ ନେବ ଭାରତ

ପହଲଗାମ ଆକ୍ରମଣକୁ ବିତିଲାଣି ୭ ଦିନ। ଆଉ ଏହି ଆକ୍ରମଣ ପରେ ଭାରତ ପ୍ରତିଶୋଧ ନେବାକୁ ଚଳାଇଛି ଜୋରଦାର ପ୍ରସ୍ତୁତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲଙ୍କ ସହ କରିଛନ୍ତି ମାରଥନ ବୈଠକ। ଆତଙ୍କବାଦୀଙ୍କ ଆକା ପାକିସ୍ତାନକୁ ପାନେ ଦେବା ପାଇଁ କରିଛନ୍ତି ସ୍ବତନ୍ତ୍ର ରଣନୀତି। ତିନି ସେନା ମୁଖ୍ୟଙ୍କୁ ସଜାଗ ରହିବା ପାଇଁ ଦେଇଛନ୍ତି ନିର୍ଦ୍ଦେଶ। ନିର୍ଦ୍ଦେଶ ପାଇବା ପରେ ସ୍ଥଳ, ଜଳ, ଆକାଶ ବାହିନୀ ହୋଇଛନ୍ତି ପ୍ରସ୍ତୁତ। ନିର୍ଦ୍ଦେଶ ଆସିବା ପରେ କିଛି ଗୋଟେ ବଡ ପଦକ୍ଷେପ ନେବାକୁ ତୟାର ହୋଇ ରହିଛନ୍ତି । ଭାରତର ଏହି ପ୍ରସ୍ତୁତିକୁ ଦେଖି ପାକିସ୍ତାନ ହୋଇପଡିଛି ଭୟଭୀତ। ଭାରତ ଯଦି କୌଣସି ଆକ୍ରମଣ କରେ ସେଥିରୁ ବଂଚିବା ପାଇଁ କେତେକ ପଦକ୍ଷେପ ନେଇଛି ପାକ୍ । ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଅନୁସାରେ, ଭାରତର ଏୟାରଷ୍ଟ୍ରାଇକ ନେଇ ଆଗୁଆ ସୂଚନା ପାଇବା ପାଇଁ ପାକିସ୍ତାନୀ ସେନା ସିଆଲକୋଟ ସୀମାରେ ମୂତୟନ କରିଛି ନିଜର ରାଡାର । ଫିରୋଜପୁରକୁ ଲାଗି ରହିଥିବା ଅଂଚଳରେ ଭାରତୀୟ ସେନାର ଗତିବିଧିକୁ ଜାଣିବା ପାଇଁ ଇଲୋକଟ୍ରୋନିକ ୱାରଫେୟାରକୁ ମୂତୟନ କରାଯାଇଛି । ପୂର୍ବରୁ ଭାରତ-ପାକ୍ ସୀମାଠାରୁ ପ୍ରାୟ ୫୮ କିଲୋମିଟର ଦୂର ସ୍ଥାନରେ ଟିପିଏସ- ୭୭ ରାଡାରକୁ ମୂତୟନ କରିଥିଲା ପାକ୍ ସେନା ।.. ଜମ୍ମୁକାଶ୍ମୀରର ପହଲଗାମରେ ଆତଙ୍କବାଦୀମାନେ ଆକ୍ରମଣ କରିବା ପରେ ପ୍ରତିଶୋଧ ନେବାକୁ ପଣ କରିଛି ଭାରତ। ଆତଙ୍କବାଦୀ ଓ ସେମାନଙ୍କୁ ବର୍ଷ ବର୍ଷ ଧରି ପାଳି ଆସୁଥିବା ପାକିସ୍ତାନ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେବାକୁ ସାରାଦେଶରୁ ଦାବି ଉଠୁଛି । ଦଳ ମତ ନିର୍ବିଶେଷରେ ଆତଙ୍କବାଦୀଙ୍କୁ ନିପାତ ପାଇଁ ହେଉଛି ଦାବି।

What's Your Reaction?

like

dislike

love

funny

angry

sad

wow