ପ୍ରଥମ ବଜେଟ୍ ଅଧିବେଶନ ପୂର୍ବରୁ ଅଭିଭାଷଣ ରଖିଛନ୍ତି ରାଜ୍ୟପାଳ

Jul 22, 2024 - 12:31
 0  4
ପ୍ରଥମ ବଜେଟ୍ ଅଧିବେଶନ ପୂର୍ବରୁ ଅଭିଭାଷଣ ରଖିଛନ୍ତି ରାଜ୍ୟପାଳ

ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ ହୋଇଛି  ଆରମ୍ଭ । ନୂଆ ସରକାରଙ୍କ ପ୍ରଥମ ବଜେଟ୍ ଅଧିବେଶନ ପୂର୍ବରୁ ଗୃହକୁ ସମ୍ବୋଧନ କରି ଅଭିଭାଷଣ ରଖିଛନ୍ତି ରାଜ୍ୟପାଳ ରଘୁବର ଦାସ । ସେ କହିଛନ୍ତି ଯୁବକଙ୍କୁ ରୋଜଗାର ମୋ ସରକାରର ପ୍ରାଥମିକତା । ଯେଉଁ ପ୍ରତିଶ୍ରୁତି ଦିଆଯାଇଛି, ତାହା ପୂରଣ କରାଯିବ । ଜଗନ୍ନାଥ ସଂସ୍କୃତି, ଓଡ଼ିଆ ଅସ୍ମିତା ପାଇଁ କାମ କରିବୁ । ଆଜି ବିଧାନସଭା ବଜେଟ୍ ଅଧିବେଶନ ଆରମ୍ଭରୁ ଅଭିଭାଷଣରେ ସୂଚନା ଦେଇଛନ୍ତି ରାଜ୍ୟପାଳ ରଘୁବର ଦାସ  କହିଛନ୍ତି ଯେ  ମହିଳା ଭୂମିହୀନ କୃଷକଙ୍କୁ ପ୍ରୋତ୍ସାହିତ କରିବେ ସରକାର । ବଲାଙ୍ଗୀର କଳାହାଣ୍ଡି ବରଗଡ଼ ଓ ନୂଆପଡାରେ ୧୦ ଟି ଜଳ ସେଚନ ପ୍ରକଳ୍ପକୁ କରାଯିବ ସମ୍ପୂର୍ଣ । ଭାରତବର୍ଷରେ ଓଡିଶା  ହେବ ବାଜରା ଉତ୍ପାଦନର ହବ୍ । ବାଜରା ଜାତୀୟ ଶସ୍ୟ ଉତ୍ପାଦନ ପାଇଁ ଓ ବ୍ୟବହାର ବୃଦ୍ଧି ପାଇଁ ପଦକ୍ଷେପ  ନିଆଯିବ । ସରକାରୀ କ୍ୟାଣ୍ଟିନ ଓ ବିଦ୍ୟାଳୟରେ ବାଜରା ପ୍ରଚଳନ ପାଇଁ ନିଆଯିବ ପଦକ୍ଷେପ । ଗ୍ରୀନ ଇଣ୍ଡଷ୍ଟ୍ରିଆଲ ପଲିସି କରାଯିବ କାର‌୍ୟ୍ୟକାରୀ । ବୈଦ୍ୟୁତିକ ଯାନବାହାନକୁ ପ୍ରୋତ୍ସାହନ ପାଇଁ ଚାରି ଓ ଛ ଚକିଆ ଜାନକୁ ସବସିଡି ଦେବେ ସରକାର । ଉପକୂଳ ଅଂଚଳରେ ବାତ୍ୟା ପ୍ରଭାବ କମାଇବାକୁ ୪୮୦ କିଲୋମିଟର ବନିକରଣ କାର‌୍ୟ୍ୟକ୍ରମ ହାତକୁ ନେବେ ରାଜ୍ୟ ସରକାର । ଏହା ସସହିତ ୨୦୨୭ ସୁଦ୍ଧା ପୃଷ୍ଟିହୀନତା ହ୍ରାସ କରାଯିବ। ଆବାସ କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗ୍ରାମାଞ୍ଚଳରେ ୧୦ ଲକ୍ଷ, ସହରାଞ୍ଚଳରେ ୫ ଲକ୍ଷ ଘର କରିବାକୁ ରଖାଯାଇଛି ଲକ୍ଷ । ଅଙ୍ଗନୱାଡିକୁ ୨୦୩୦ ସୁଦ୍ଧା ସକ୍ଷମ ଅଙ୍ଗନବାଡିରେ କରାଯିବ ପରିଣତ । ବିଦ୍ୟାଳୟ ସ୍ତରରେ ଶିକ୍ଷାଦାନ ଉଦେଶ୍ୟରେ ଅଙ୍ଗନବାଡି କର୍ମୀଙ୍କୁ ଶୈକ୍ଷିକ ସାଧନ ବ୍ୟକ୍ତି ତାଲିମ ଦିଆଯିବ । ଜନଜାତି ଛାତ୍ରଛାତ୍ରୀ ପାଖକୁ ପାଠାଗାର ପଠାଇବା ପାଇଁ ଲାଇବ୍ରେରୀ ଅନ ହୁଇଲ କାର‌୍ୟ୍ୟକ୍ରମ ଆରମ୍ଭ କରିବେ ସରକାର । ସରକାରୀ ବିଦ୍ୟାଳୟରେ ଏଆଇ ର ହେବ  ବ୍ୟବହାର। 
ଚିକିତ୍ସା କ୍ଷେତ୍ରକୁ ସୁଦୃଢ କରିବା ପାଇଁ ସାରା ରାଜ୍ୟରେ ୩୦୦୦ ନୂଆ ଡାକ୍ତରଙ୍କୁ କାରାଯିବ ନିଯୁକ୍ତ । ଜିଲ୍ଲା ଡାକ୍ତରଖାନାରେ ସ୍ତ୍ରୀ ରୋଗ, ଶିଶୁ ରୋଗ ବିଶେଷଜ୍ଞ ଏବଂ ନର୍ସଙ୍କ ଆବଶ୍ୟକତାକୁ ସୁନିଶ୍ଚିତ କରାଯିବ । ଉପକେନ୍ଦ୍ର ଓ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ନାମ ପରିବର୍ତନ କରାଯାଇ ଆରୋଗ୍ୟ ମନ୍ଦିର କରାଯିବ ।  ପ୍ରତି ସିଏଚସିରେ ଗୋଟେ ଭ୍ରାମ୍ୟମାଣ ଚିକିତ୍ସା ୟୁନିଟ ରହିବ । ୨୦୩୦ ସୁଦ୍ଧା ମ୍ୟାଲେରିଆ ମୁକ୍ତ ହେବ ରାଜ୍ୟ । 
କ୍ରୀଡ଼ା କ୍ଷେତ୍ରରେ ନୂଆ କ୍ରୀଡାନୀତି ଆସିବ, କ୍ରୀଡ଼ାବିତଙ୍କୁ ପ୍ରଶିକ୍ଷଣ ଦିଆଯିବା ପାଇଁ କ୍ରୀଡା ଏକାଡେମୀ ଓ ନର୍ସରୀ ପ୍ରତିଷ୍ଠା କରାଯିବ। ଧାମରା, ପାରାଦ୍ୱୀପ ଓ ଗୋପାଳପୁର ବନ୍ଦର ଆଖପାଖ ଅଂଚଳରେ ନୂତନ ଶିଳ୍ପାଞ୍ଚଳର ବିକାଶ ହେବ । ଓଡ଼ିଆ ଚଳଚିତ୍ର ଶିଳ୍ପକୁ  କରାଯିବ ଚଳଚଞ୍ଚଳ । ଦୁଇ ବର୍ଷ ମଧ୍ୟରେ ୬୫୦୦୦ ସରକାରୀ ପଦବୀ କରାଯିବ ପୂରଣ ।

What's Your Reaction?

like

dislike

love

funny

angry

sad

wow