ପ୍ୟାରିସ ୨୦୨୪ ଅଲମ୍ପିକ୍ସ ପାଇଁ ଓଡ଼ିଶାରୁ ଅମିତ ରୋହିଦାସଙ୍କୁ ସୁଯୋଗ
ପ୍ୟାରିସ ଅଲମ୍ପିକ୍ସ ପାଇଁ ଘୋଷଣା ହୋଇଛି ଭାରତୀୟ ହକି ପୁରୁଷ ଦଳ। ୧୬ ଜଣିଆ ଦଳ ଘୋଷଣା ହୋଇଥିଲା ବେଳେ ଓଡ଼ିଶାରୁ ଏକମାତ୍ର ଖେଳାଳି ଭାବେ ଅମିତ ରୋହିଦାସଙ୍କୁ ମିଳିଛି ସୁଯୋଗ। ବେଙ୍ଗାଲୁରୁ କ୍ୟାମ୍ପରେ ଦୀର୍ଘ ଦିନର ପ୍ରସ୍ତୁତି ପରେ ଦଳରେ ୫ ନବାଗତଙ୍କ ସହିତ ଅଭିଜ୍ଞ ଖେଳାଳିଙ୍କୁ ନେଇ ଏକ ଶକ୍ତିଶାଳୀ ଟିମ୍ ଘୋଷଣା କରାଯାଇଛି।ଡ୍ରାଗ-ଫ୍ଲିକର ତଥା ଡିଫେଣ୍ଡର ହର୍ମନପ୍ରୀତ ଦଳର ନେତୃତ୍ୱ ନେଉଥିଲା ବେଳେ ମାଧ୍ୟ୍ୟକ୍ରମର ଖେଳାଳି ହାର୍ଦିକ ସିଂହ ଉପ-ଅଧିନାୟକ ଦାୟିତ୍ୱ ମିଳିଛି।ଦଳରେ ଭେଟେରାନ ଗୋଲକିପର ପି.ଆର ଶ୍ରୀଜେଶ ଏବଂ ମିଡଫିଲ୍ଡର ମନପ୍ରୀତ ସିଂ ମଧ୍ୟ ରହିଛନ୍ତି, ଉଭୟେ ଚତୁର୍ଥ ଥର ପାଇଁ ଅଲିମ୍ପିକ୍ ଖେଳିବେ। ପ୍ରତିରକ୍ଷାରେ ହରମାନପ୍ରୀତ ସିଂ, ଜରମନପ୍ରୀତ ସିଂ, ଅମିତ ରୋହିଦାସ, ସୁମିତ ଏବଂ ସଞ୍ଜୟ ଥିବାବେଳେ ମିଡଫିଲ୍ଡରେ ରାଜ କୁମାର ପାଲ, ଶ୍ୟାମଶର ସିଂ, ମନପ୍ରୀତ ସିଂ, ହାର୍ଦ୍ଦିକ ସିଂ ଏବଂ ବିବେକ ସାଗର ପ୍ରସାଦଙ୍କ ଅବଦାନ ଦେଖିବାକୁ ମିଳିବ। ସେହିପରି ଫରୱାର୍ଡ ଲାଇନରେ ଅଭିଷେକ, ସୁଖଜିତ ସିଂ, ଲଳିତ କୁମାର ଉପାଧ୍ୟାୟ, ମନଦୀପ ସିଂ ଏବଂ ଗୁରୁଜନ୍ତ ସିଂଙ୍କ ଭଳି ଖେଳାଳି ରହିଛନ୍ତି।ଏଥିସହ ଗୋଲକିପର କୃଷ୍ଣ ବାହାଦୂର ପଠକ, ମିଡଫିଲ୍ଡର ନୀଲାକାନ୍ତ ଶର୍ମା ଏବଂ ଡିଫେଣ୍ଡର ଜୁରାଜ ସିଂଙ୍କୁ ବିକଳ୍ପ ଭାବେ ଦଳରେ ସାମିଲ କରାଯାଇଛି।ନବାଗତ ଭାବେ ଜରମନପ୍ରୀତ ସିଂ, ସଞ୍ଜୟ, ରାଜ କୁମାର ପାଲ, ଅଭିଷେକ ଏବଂ ସୁଖଜିତ ସିଂ ଅଲିମ୍ପିକ୍ ଡେବ୍ୟୁ କରିବାକୁ ଯାଉଛନ୍ତି।
What's Your Reaction?