ଫ୍ରାନ୍ସ ଅଧିନାୟକ କିଲିଆନ୍ ଏମ୍ବାପେଙ୍କ ଭାଙ୍ଗିଯାଇଛି ନାକ ହାଡ଼
ୟୁରୋ କପ୍ରେ ଅଷ୍ଟ୍ରିଆକୁ ୧-୦ ଗୋଲ୍ରେ ହରାଇଛି ଫ୍ରାନ୍ସ। କିନ୍ତୁ ଏହି ମ୍ୟାଚ୍ରେ ଫ୍ରାନ୍ସ ଅଧିନାୟକ କିଲିଆନ୍ ଏମ୍ବାପେଙ୍କ ନାକ ହାଡ଼ ଭାଙ୍ଗିଯାଇଛି। ପ୍ରତିଯୋଗିତାର ଅନ୍ୟତମ ତାରକା ଖେଳାଳି ଏମ୍ବାପେ ଏକ ହେଡ୍ କରିବା ପାଇଁ ଅଷ୍ଟ୍ରିଆନ୍ ଡିଫେଣ୍ଡର କେଭିନ୍ ଡାନ୍ସୋଙ୍କ ସହିତ ପିଟି ହୋଇଥିଲେ। ତଳେ ପଡ଼ିବା ବେଳକୁ ଏମ୍ବାପେଙ୍କ ନାକରୁ ପ୍ରବଳ ରକ୍ତସ୍ରାବ ହୋଇଥିଲା। ତେଣୁ ତାଙ୍କୁ ପଡ଼ିଆ ବାହାରକୁ ପଠାଇ ଦିଆଯାଇଥିଲା। ଷ୍ଟାଡିୟମ୍ରେ ପ୍ରାଥମିକ ଚିକିତ୍ସା ଦିଆଯିବା ପରେ ଆମ୍ବୁଲାନ୍ସରେ ତାଙ୍କୁ ସ୍ଥାନୀୟ ଡସେଲ୍ଡର୍ଫ ହସ୍ପିଟାଲ୍ସକୁ ନିଆଯାଇଥିଲା। ରଞ୍ଜନରଶ୍ମୀ ଛବିରୁ ତାଙ୍କ ନାକ ହାଡ଼ ଭାଙ୍ଗିଯାଇଥିବା ଜଣାପଡ଼ିଛି।
What's Your Reaction?