ରାଜ୍ୟରେ ଜାରି ରହିଛି ପକ୍ଷୀ ଗଣନା
ଚିଲିକାରେ ଚାଲିଛି ପକ୍ଷୀ ଗଣନା। ଚିଲିକା ବନ୍ୟପ୍ରାଣୀ ଡିଭିଜନ ଅନ୍ତର୍ଗତ ସାତପଡ଼ା, ରମ୍ଭା, ବାଲୁଗାଁ, ଟାଙ୍ଗୀ ଏବଂ ଚିଲିକା ରେଞ୍ଜରେ ପକ୍ଷୀ ଗଣନାରେ ସାମିଲ ହୋଇଛନ୍ତି ୨୧ଟି ଟିମ। ୧୯ଟି ଟିମ ଜଳପଥରେ ଓ ଅନ୍ୟ ୨ଟି ଟିମ ସ୍ଥଳ ଭାଗରେ ପକ୍ଷୀଗଣନାରେ ହୋଇଛନ୍ତି ନିୟୋଜିତ। ପକ୍ଷୀ ଗଣନା ପାଇଁ ଚିଲିକାକୁ ବିଭକ୍ତ କରାଯାଇଛି ୫ଟି ଜୋନରେ l ଟାଙ୍ଗି ଜୋନରେ ୮ଟି ଟିମ୍, ବାଲୁଗାଁରେ ୬ଟି, ସାତପଡ଼ାରେ ୪ଟି, ରମ୍ଭାରେ ୨ଟି, ଚିଲିକାରେ ନିୟୋଜିତ ହୋଇଛନ୍ତି ଗୋଟିଏ ଟିମ। ପ୍ରତିବର୍ଷ ଭଳି ଏଥର ମଧ୍ୟ ଗଣନା କାର୍ଯ୍ୟରେ ଜିପିଏସ, ବାଇନାକୁଲାର, ସ୍ପୋଟିଂ ସ୍କୋପ, ୱାକିଟକି, କ୍ୟାମେରା, ନୋଟ ବୁକ ଆଦି କରାଯାଇଛି ବ୍ୟବହାର। ପକ୍ଷୀ ଗଣନାରେ ବମ୍ବେ ନାଚୁରାଲ ହିଷ୍ଟ୍ରି ଅଫ ସୋସାଇଟି, ଓଡିଶା ବନ୍ୟପ୍ରାଣୀ ବିଭାଗ କର୍ମଚାରୀ, ଓୟୁଏଟି ଛାତ୍ରଛାତ୍ରୀ, ପକ୍ଷୀ ବିଶେଷଜ୍ଞ, ପକ୍ଷୀ ସୁରକ୍ଷା ସମିତିର ସଦସ୍ୟମାନେ ହୋଇଛନ୍ତି ସାମିଲ l ପକ୍ଷୀ ଗଣନା ସମୟରେ ଚିଲିକାରେ ମସ୍ୟଜୀବୀ ଓ ଯାତ୍ରୀବାହୀ ଡଙ୍ଗା ଚଳାଚଳକୁ କରାଯାଇଛି ସମ୍ପୂର୍ଣ୍ଣ ବାରଣl ଗତ ବର୍ଷ ଚିଲିକାରେ ମୋଟ ୧୮୭ଟି ପ୍ରଜାତିର ୧୧ ଲକ୍ଷ ୩୭ ହଜାର ୭୫୯ଟି ଦେଶୀ ଓ ବିଦେଶୀ ପକ୍ଷୀ ଚିଲିକାକୁ ଆସିଥିଲେ l
What's Your Reaction?