ରିଲିଜ ହେଲା  ‘ଫତେହ’ର ଟିଜର

Dec 10, 2024 - 15:02
 0  4
ରିଲିଜ ହେଲା  ‘ଫତେହ’ର ଟିଜର

ବଲିଉଡ୍‌ ଅଭିନେତା ସୋନୁ ସୁଦ ନିଜର ଚଳଚ୍ଚିତ୍ର ‘ଫତେହ’ ପାଇଁ ଅଛନ୍ତି ଚର୍ଚ୍ଚାରେ। ଗତ ଜୁଲାଇରେ ସେ ତାଙ୍କ ଜନ୍ମଦିନ ଅବସରରେ ଏହି ଫିଲ୍ମ ସମ୍ପର୍କରେ ନିଜ ପ୍ରଶଂସକଙ୍କୁ ଦେଇଥିଲେ ସୂଚନା। ସୋମବାର ରିଲିଜ ହୋଇଛି  ‘ଫତେହ’ର ଟିଜର।ଫିଲ୍ମ ନିର୍ମାତା କମ୍ପାନୀ ଜି ଷ୍ଟୁଡିଓଜ୍‌ ଓ ଶକ୍ତି ସାଗର ପ୍ରଡକ୍ସନ୍‌ ପକ୍ଷରୁ‘ଫତେହ’ର ଟିଜରକୁ ସାମାଜିକ ଗଣମାଧ୍ୟମରେ ଜାରି କରାଯାଇଛି। ଏହି ଟିଜରକୁ ସୋନୁ ମଧ୍ୟ ନିଜ ଆଇଡିରେ ଶେୟାର କରିଛନ୍ତି। ଉକ୍ତ ଟିଜରରେ ସୋନୁଙ୍କର ଅନେକ ଆକ୍ସନ ଦୃଶ୍ୟ ଦେଖିବାକୁ ମିଳୁଛି। ସେହିପରି ଫିଲ୍ମର ମୁଖ୍ୟ ନାୟିକା ଜାକ୍‌ଲିନ ଫର୍ନାଣ୍ଡିଜ୍‌ ଓ ବରିଷ୍ଠ ଅଭିନେତା ନସିରୁଦ୍ଦିନ ଶାହାଙ୍କର ଝଲକ ମଧ୍ୟ ଏହି ଟିଜରରେ ଦେଖିବାକୁ ମିଳିଛି। ‘ଫତେହ’ ଫିଲ୍ମ ଡିଜିଟାଲ ସୁରକ୍ଷା ଏବଂ ଅନଲାଇନ ଠକେଇର ବିଷୟବସ୍ତୁ ଉପରେ ଆଧାରିତ। ଫିଲ୍ମରେ ‘ଫତେହ’ ହେଉଛି ଏକ ମିଶନ ଯାହା ସାଇବର କ୍ରାଇମକୁ ପର୍ଦ୍ଦାଫଶ କରିବା ପାଇଁ ପ୍ରସ୍ତୁତ ହୋଇଛି। ତେବେ ଏହି ଚଳଚ୍ଚିତ୍ରର ଆକ୍ସନ୍‌ ଦୃଶ୍ୟଗୁଡିକୁ ହଲିଉଡ୍‌ର କେତେଜଣ ନାମୀ ଆକ୍ସନ୍‌ ତଥା ଷ୍ଟଣ୍ଟ୍‌ ଡାଇରେକ୍ଟରଙ୍କ ତତ୍ତ୍ୱାବଧାନରେ କରାଯାଇଛି ବୋଲି ବିଭିନ୍ନ ରିପୋର୍ଟ ପ୍ରକାଶ ପାଇଛି।ସୋନୁ ଖୋଦ୍‌ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି। ତାଙ୍କ ନିର୍ଦ୍ଦେଶିତ ଏହା ପ୍ରଥମ ଫିଲ୍ମ ହେବ। ସୋନୁଙ୍କ ସ୍ତ୍ରୀ ସୋନାଲି ସୁଦ୍‌ ଏବଂ ଉମେଶ କେ ବନ୍‌ସଲଙ୍କ ଦ୍ୱାରା ଏହି ଫିଲ୍ମର ନିର୍ମାଣ କରାଯାଇଛି।

What's Your Reaction?

like

dislike

love

funny

angry

sad

wow