ରାଶିଫଳ

Dec 10, 2024 - 14:55
 0  4
ରାଶିଫଳ
ମେଷ
 ପୂର୍ବରୁ ରହିଥିବା ସ୍ବାସ୍ଥ୍ୟ ସମସ୍ୟା ସୁଧୁରିଯିବାରୁ ମାନସିକ ସ୍ତରରେ ଆଶ୍ୱସ୍ତି ଲାଭ କରିବେ। ଜଳ, ତୈଳ, ବିଦ୍ୟୁତ୍‍ ବ୍ୟବସାୟ ଓ ତେଜରାତି ଦୋକାନରୁ ଲାଭବାନ୍‍ ହେବେ। ବନ୍ଧୁଙ୍କ ସହ ଫଳପ୍ରଦ ଆଲୋଚନା ସାଙ୍ଗକୁ ବିଳାସବ୍ୟସନ ମଧ୍ୟରେ ସମୟ ଅତିବାହିତ ହେବା ସୂଚନା ରହିଛି।
ବୃଷ
 ତୃତୀୟରେ ମଙ୍ଗଳ ଥିବାରୁ ପଡ଼ୋଶୀଙ୍କ ଶୁଣାକଥାକୁ ବିଶ୍ୱାସକଲେ ଅସୁବିଧାରେ ପଡ଼ିବେ। ଆନୁଷ୍ଠାନିକ କାମ କିମ୍ବା ସ୍ବତନ୍ତ୍ର ଭାବେ ନିମନ୍ତ୍ରିତ ସଭାସମିତିକୁ ଯିବାକୁ ପଡ଼ିପାରେ। ଶିଳ୍ପ, ବାଣିଜ୍ୟ, ପରିବହନ,ସରକାରୀ କାମ, ପଦସ୍ଥ ବ୍ୟକ୍ତିଙ୍କୁ ସାକ୍ଷାତକରିବା ପାଇଁ ମନ୍ଦ ହେବନାହିଁ।
ମିଥୁନ
ପରିବାରର ଖର୍ଚ୍ଚ ପରିମାଣ ଦିଗୁଣା ହୋଇପାରେ, ଯାହାକି ଦୁଶ୍ଚିନ୍ତାର କାରଣ ହୋଇଯିବ। ବ୍ୟବସାୟର ଉନ୍ନତୀକରଣ ସକାଶେ ଭ୍ରାତୃ ସମ୍ପର୍କୀୟ ଜଣେ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେଇପାରନ୍ତି। ସ୍ବାସ୍ଥ ନିୟନ୍ତ୍ରଣ ମଧ୍ୟରେ ରହିବା ସାଙ୍ଗକୁ ବ୍ୟବସାୟିକ ସ୍ଥିତି ଭଲ ରହିବ।
କର୍କଟ
 ଅନାବଶ୍ୟକ ଖର୍ଚ୍ଚ ସାଙ୍ଗକୁ କର୍ମକ୍ଷେତ୍ରରେ ସହକର୍ମୀଙ୍କ କାର୍ଯ୍ୟ ହିଁ ଅସୁବିଧାର ସମ୍ମୁଖୀନ କରାଇପାରେ। ଟେନ୍‍ସନର ଲାଘବ ସକାଶେ ସ୍ତ୍ରୀଙ୍କ ସହ ଆଲୋଚନାକଲେ ଆଶଙ୍କା ଦୂରହେବ। ସାମାଜିକ ସ୍ତରରେ କିମ୍ବା ସଙ୍ଗଠନ କ୍ଷେତ୍ରରେ ପ୍ରତିବନ୍ଧକ ସୁଧୁରିଯିବ।
ସି˚ହ
 ପିଲାଙ୍କ ପାଠପଢ଼ା, ବିବାହିତଙ୍କ ଶାଶୁଘର ସମସ୍ୟା ତଥା ଅର୍ଥାଭାବ ହେତୁ ବିବ୍ରତ ହୋଇପାରନ୍ତି। ଅଶାନ୍ତ ମନ ବନ୍ଧୁଙ୍କ ସହ ଆଳାପ ଆଲୋଚନା ପରେ ଶାନ୍ତ ହେବ। ଉତ୍ତରାଫାଲ୍‍ଗୁନୀ ଆମତ୍ବଳ ପ୍ରଭାବରୁ ଧୀରେ ସୁସ୍ଥେ କାମ କରିପାରିିବେ।
କନ୍ୟା

ରାଶିରେ କବନ୍ଧଗ୍ରହ କେତୁଙ୍କ ଯୋଗୁ ନୈରାଶ୍ୟ ମଧ୍ୟରେ ଅସନ୍ତୁଷ୍ଟ ରହିପାରନ୍ତି। ଈର୍ଷା ଓ ଶତ୍ରୁ ମନୋଭାବ ପୋଷଣ କରୁଥିବା ବ୍ୟକ୍ତି ନିଆଁରେ ଘିଅ ଢାଳିଲା ଭଳି ପରିସ୍ଥିତି ସୃଷ୍ଟିକରିବେ। ଅପରିଚିତ ଲୋକଟିଏ ସାହାଯ୍ୟକାରୀ ପାଲଟିବ। ଚିତ୍ରାନକ୍ଷତ୍ର ସକାଶେ ଶିଳ୍ପ, ବାଣିଜ୍ୟ, ବ୍ୟବସାୟିକ ସ୍ଥିତି ମନ୍ଦ ହେବନାହିଁ।
ତୁଳା

ରାହୁ ଓ ଶନି ଆପଣଙ୍କ ବିଚାରଧାରାକୁ କପଟତା କିମ୍ବା କଳୁଷିତ କରିପାରନ୍ତି। ସନ୍ତାନଙ୍କ ସ୍ବାସ୍ଥ୍ୟ ଖରାପ ହେତୁ ବ୍ୟସ୍ତତା ବଢ଼ିଯିବ। ମନ ଭଲ ରହିବ ନାହିଁ। ଭଲକାମ କରି ମଧ୍ୟ ପରିବାର କିମ୍ବା ସାମଜିକ ସ୍ତରରେ ମିଥ୍ୟା ଅଭିଯୋଗ ସକାଶେ ବିରକ୍ତି ପ୍ରକାଶ କରିପାରନ୍ତି। ଦିନଟିରେ ମାତ୍ରାଧିକ ଭ୍ରମଣ ଯୋଗୁ ଆଳସ୍ୟ ଅନୁଭବ କରିପାରନ୍ତି।
ବିଛା
ବ୍ୟୟାଧିପ ଶୁକ୍ର ତୃତୀୟରେ ରହିଥିବା କାରଣରୁ ବୃଥାଟନ ଓ ଖର୍ଚ୍ଚାନ୍ତଜନିତ ବିରସ ମନରେ ରହିବେ। ସ୍ତ୍ରୀଙ୍କ ସହ ମତାନ୍ତର କାରଣରୁ ଚିନ୍ତିତ ରହିପାରନ୍ତି। ବାଣିଜ୍ୟ, ପ୍ରଶାସନ, କଳା, ସାହିତ୍ୟ ଓ ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ। 
ଧନୁ
 ଦେବଗୁରୁଙ୍କ ଦିବ୍ୟଦୃଷ୍ଟିର ପ୍ରଭାବରେ ଭଟ୍ଟା ପଡ଼ିଥିବା ସମ୍ପର୍କ ପୁଣି ଯୋଡ଼ିହୋଇଯିବ। ବ୍ୟବସାୟ, କ୍ରୀଡ଼ା, ସଙ୍ଗୀତାଦି ପ୍ରତିଯୋଗିତାରେ ସଫଳତା ହାସଲକରିବେ। ଶିଳ୍ପ, ବାଣିଜ୍ୟରେ ଉନ୍ନତି କରିବା କ୍ଷେତ୍ରରେ ଜଣେ ବନ୍ଧୁ ସାହାଯ୍ୟ କରିବେ।
ମକର
ପାରିବାରିକ ସ୍ତରରେ ଅଟକିଥିବା କାମଗୁଡ଼ିକ ବନ୍ଧୁ ସୁବିଧାରେ କରାଇ ଦେଇପାରନ୍ତି। ପରିବହନ ଓ ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂରହେବ କିନ୍ତୁ ଜମିଜମା କିମ୍ବା ଘରସୀମାକୁ ନେଇ ଟଣାଓଟରା ଲାଗିପାରେ। ଆଜିର ପ୍ରତ୍ୟୁଷ ଯାତ୍ରାରେ ସଫଳତା ମିଳିବା ଆଶା ରହିଛି।
କୁମ୍ଭ
 ଥଣ୍ଡା ଓ କାଶ ହେତୁ ସାମୟିକ ଶାରୀରିକ ଅସୁସ୍ଥତା ଅନୁଭବ କରିପାରନ୍ତି। କର୍ମକ୍ଷେତ୍ରରେ ସମ୍ମାନନୀୟ ବ୍ୟକ୍ତିବିଶେଷ ସହାୟତା କରିବେ ଓ ସରକାରୀ ସହାୟତା ପାଇପାରନ୍ତି। ପଡ଼ୋଶୀଙ୍କ ସହ ସୁସମ୍ପର୍କ ରକ୍ଷା କରିବାରେ ସମର୍ଥ ହେବେ।
ମୀନ
ଶୁକ୍ରଙ୍କ ସୁପ୍ରଭାବରୁ ଆମତ୍ୀୟଙ୍କ ସ୍ବାସ୍ଥ୍ୟରେ ଉନ୍ନତି ଘଟିବାରୁ ସାମୟିକ ମନ ଖୁସି ରହିବ। ପରିବାର ସଦସ୍ୟଙ୍କ ସହ ଆଲୋଚନା ଅନୁଯାୟୀ ଆଜିର କାମଗୁଡ଼ିକ ସବୁ ଠିକ୍‍ ଠିକ୍‍ ହୋଇଯିବ। ଚେଷ୍ଟା କରୁଥତ୍ବା କାମରେ ଅବଶ୍ୟ ସଫଳତା ପାଇବେ।

What's Your Reaction?

like

dislike

love

funny

angry

sad

wow