କଂଗ୍ରେସର ତୁଟୁନି ମୁଖିଆ ଅଡୁଆ

Feb 3, 2025 - 15:26
 0  1
କଂଗ୍ରେସର ତୁଟୁନି ମୁଖିଆ ଅଡୁଆ

ଘୁଞ୍ଚି ଘୁଞ୍ଚି ଚାଲିଛି ହେଲେ  ଆସିପାରୁନି ନାଁ। କଂଗ୍ରେସର ତୁଟୁନି ମୁଖିଆ ଅଡୁଆ । ୭ ମାସ ପରେ ବି ଏଆଇସିସି ପିସିସି ସଭାପତି ବାଛିପାରୁନାହିଁ ହାତ ଦଳ । ରାଜ୍ୟ ନେତାଙ୍କୁ ପିସିସି ସଭାପତି ନାଁ କେବେ ଘୋଷଣା ହେବ ପ୍ରଶ୍ନ କଲେ ମିଳୁଛି ଗୋଟିଏ  ଉତ୍ତର- ଖୁବଶୀଘ୍ର । ସଭାପତି ଚୟନ ବିଳମ୍ବ ହେବାରୁ ନିର୍ବାଚିତ ବିଧାୟକମାନେ ବି ନିରବ । ସମସ୍ତଙ୍କ ଅପେକ୍ଷା ହାଇକମାଣ୍ଡଙ୍କ ଘୋଷଣା ଉପରେ ।ପିସିସି ସଭାପତି ଘୋଷଣା ବିଳମ୍ୱକୁ ନେଇ କଂଗ୍ରେସ କର୍ମୀ ଓ ନେତାମାନେ ନିରୁତ୍ସାହିତ  । ଦଳର ଅନ୍ୟ ବରିଷ୍ଠ ନେତାମାନେ ଚିରାଚରିତ ଢଙ୍ଗରେ ଖୁବଶୀଘ୍ର ଏଆଇସିସି ପିସିସି ସଭାପତି ନାଁ ଘୋଷଣା କରିବେ ବୋଲି କହିକହି ହାଲିଆ ହେଲେଣି । ତେବେ ଖୁବ ଶୀଘ୍ର ଏଆଇସିସି ପିସିସି ସଭାପତିଙ୍କ ନାଁ ଘୋଷଣା କରିବେ ବୋଲି ଦୋହରାଇଛନ୍ତି ରେସରେ ଥିବା ଦଳର ବରିଷ୍ଠ ନେତା ଭକ୍ତ ଦାସ  । କିଏ ପିସିସି ସଭାପତି ହେବେ ତାହା ସ୍ଥିର ହୋଇ ସାରିଛି  । ଯେ କୌଣସି ସମୟରେ ହାଇକମାଣ୍ଡ  ଘୋଷଣା କରିପାରନ୍ତି ନାଁ । ପିସିସି ସଭାପତି ହେବା ପାଇଁ ଓଡ଼ିଶା କଂଗ୍ରେସରେ ବହୁ ଦକ୍ଷ ନେତା ଅଛନ୍ତି ବୋଲି କହିଛନ୍ତି ଭକ୍ତ । ତେବେ କାହିଁକି ଘୋଷଣା ବିଳମ୍ୱ ହେଉଛି ତାହାର ଉତ୍ତର ନାହିଁ ଭକ୍ତ ଦାସଙ୍କ ପାଖରେ ।ସେପଟେ ୭ ମାସ ଧରି ଓଡ଼ିଶା କଂଗ୍ରେସ ମୁଖିଆ ବିହୀନ ହେବା ପରେ ଦଳର ନିର୍ବାଚିତ ଜନ ପ୍ରତିନିଧିମାନେ  ପଡ଼ିଛନ୍ତି  ଚିନ୍ତାରେ। ବିଧାୟକ ନୀଳମାଧବ ହିକକା ଓ ମଙ୍ଗୁ ଖିଲ ମଧ୍ୟ ରଖିଛନ୍ତି  ସେହି ଚିରାଚରିତ ଉତ୍ତର।  ଉଭୟ ବିଧାୟକ କହିଛନ୍ତି ଯେ କିଏ ପିସିସି ସଭାପତି ହେବେ ତାଙ୍କ ନାଁ ଏଆଇସିସି ଘୋଷଣା କରିବେ । ଯିଏ ବି ପିସିସି ସଭାପତି ହେଉ ତାହା ତୁରନ୍ତ କରାଯାଉ ବୋଲି  କହିଛନ୍ତି ବିଧାୟକମାନେ । ଦଳର ବରିଷ୍ଠ ନେତା ଭକ୍ତ ଚରଣ ଦାସ, ସାଂସଦ ସପ୍ତଗିରି ଉଲାକା, କଂଗ୍ରେସ ନେତା ମହମ୍ମଦ ମୋକିମ ସଭାପତି ରେସରେ  ଅଛନ୍ତି ଆଗରେ ।୨୪ ବର୍ଷ ହେବ କ୍ଷମତା ବାହାରେ ରହିଛି କଂଗ୍ରେସ । ଏହା ଭିତରେ ଓଡିଶା କଂଗ୍ରେସ ପାଇଛି ୬ଜଣ ସଭାପତି । ଦଳର ସଂଗଠନ ମଜଭୁତ ହେବା ପରିବର୍ତ୍ତେ ନିର୍ବାଚନରେ ଭୋଟ ହାର କମିକମି ଯାଉଛି । ଏସବୁ ବିଚାର କରି ହାଇକମାଣ୍ଡ କାହାକୁ ରାଜ୍ୟ କଂଗ୍ରେସର ମଙ୍ଗ ଧରାଇବେ ତାକୁ କଂଗ୍ରେସ କର୍ମୀ ଓ ନେତାଙ୍କ ଅପେକ୍ଷା ।

What's Your Reaction?

like

dislike

love

funny

angry

sad

wow