କଟକ ଜିଲ୍ଲାପାଳଙ୍କୁ ସ୍ୱାଧିକାର ଭଙ୍ଗ ନୋଟିସ୍ ଜାରି

Cuttack Collector Dattatraya Bhausaheb Shinde has been served a breach of privilege notice for not inviting an MP to a government program. The notice was issued by the Rajya Sabha Secretariat through the Ministry of Personnel, Public Grievances, and Pensions. It was based on a written complaint by MP Debashish Samantaray and other BJD MPs. The MP was not invited to the Netaji Jayanti program held on January 23 in Cuttack.

Feb 14, 2026 - 14:18
 0  1
କଟକ ଜିଲ୍ଲାପାଳଙ୍କୁ ସ୍ୱାଧିକାର ଭଙ୍ଗ ନୋଟିସ୍ ଜାରି

କଟକ ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ସିନ୍ଦେଙ୍କୁ ଜାରି କରାଯାଇଛି ସ୍ୱାଧିକାର ଭଙ୍ଗ ନୋଟିସ୍‌ । ସରକାରୀ କାର୍ଯ୍ୟକ୍ରମକୁ ସାଂସଦଙ୍କୁ ଆମନ୍ତ୍ରଣ କରାନଯିବା ଘଟଣାକୁ ନେଇ  କେନ୍ଦ୍ର ପର୍ସନେଲ୍‌, ପବ୍ଲିକ୍‌ ଗ୍ରିଭାନ୍‌ସେସ୍‌ ଓ ପେନ୍‌ସନ୍‌ ବିଭାଗ ମନ୍ତ୍ରଣାଳୟ ଜରିଆରେ ଏହି ନୋଟିସ୍ ପ୍ରଦାନ କରିଛନ୍ତି ରାଜ୍ୟସଭା ସଚିବାଳୟ ନିର୍ଦ୍ଦେଶକ। ଦେବାଶିଷ ସାମନ୍ତରାୟଙ୍କ ଲିଖିତ ଅଭିଯୋଗ ସହ ଅନ୍ୟ ବିଜେଡି ଏମ୍‌ପିଙ୍କ ପକ୍ଷରୁ ରାଜ୍ୟ ସଭା ଅଧ୍ୟକ୍ଷଙ୍କୁ ଦିଆଯାଇଥିବା ଲିଖିତ ଅଭିଯୋଗକୁ ଗ୍ରହଣ କରି ଜାରି କରାଯାଇଛି ଏହି ନୋଟିସ। ଜାନୁଆରୀ ୨୩ରେ କଟକ ନେତାଜୀ ଜୟନ୍ତୀ କାର୍ଯ୍ୟକ୍ରମରେ ରାଜ୍ୟ ସଭା ସାଂସଦ ଦେବାଶିଷଙ୍କୁ କରାଯାଇ ନ ଥିଲା ଆମନ୍ତ୍ରଣ।

What's Your Reaction?

like

dislike

love

funny

angry

sad

wow