ଚୋରର ନିଆରା ସଉକ

ଚୋରର ନିଆରା ସଉକ । ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଚୋରି ଘଟଣାରେ ଧରାପଡିଥିବା ଚୋର ସ୍ପାଇଡ଼ର ସତୀଶ ଓରଫ ସତୀଶ ରେଡ୍ଡୀର ସଉକ ଦେଖି ପୋଲିସ ତାଜୁବ। ଲକ୍ଷ ଲକ୍ଷ ଟଙ୍କା ଦେଇ ଦାମୀ କୁକୁର କିଣୁଥିଲା ସ୍ପାଇଡ଼ର ସତୀଶ । କୁକୁର ଖେଳିବା ପାଇଁ ଇଣ୍ଡୋନେସିଆରୁ କିଣିଥିଲା ବଲ। ଭାଇରାଲ ହେଲା କୁକୁରଙ୍କ ଅଳ୍ପ କିଛି ଫଟୋ ।ଏହା ଛଡ଼ା ଦୁଇ ଦୁଇଟି ପତ୍ନୀ ଓ ଗାର୍ଲଫ୍ରେଣ୍ଡ, କୁକୁରଙ୍କ ପଛରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଥିଲା ସତୀଶ । ଦୁଇ ଲକ୍ଷର କୁକୁରଙ୍କ ଖେଳିବା ପାଇଁ କିଣି ଥିଲା ଲକ୍ଷେ ଟଙ୍କିଆ ବଲ୍। ପ୍ରତି ମାସରେ କୁକୁରଙ୍କ ପାଇଁ ସ୍ପା’, ବାଥରେ ଖର୍ଚ୍ଚ କରୁଥିଲା ଲକ୍ଷ ଲକ୍ଷ ଟଙ୍କା । ଗୋଟିଏ ଥରେ ଚୋରି ପରେ ଓଜନ ହ୍ରାଷ ପାଇଁ ବି କରୁଥିଲା ଡ଼ାଏଟ ପ୍ଲାନ। ଜିମରେ ରହୁଥିଲା ଏବଂ ଶିଖୁଥିଲା କାନ୍ଥ ଚଢିବାର କୈଶଳ। ଅଭ୍ୟାସ ପାଇଁ ମଧ୍ୟ ରଖିଥିଲା ସ୍ୱତନ୍ତ୍ର ଟ୍ରେନର। ତାର ଦିନକୁ ଖର୍ଚ୍ଚ ଥିଲା ୪ ହଜାରରୁ ଅଧିକ।
What's Your Reaction?






