ପୁଣି ଭିଜିବ ଓଡିଶା
ଶନିବାର ଓ ଆସନ୍ତାକାଲି ୨ ଦିନ ଧରି ଉତ୍ତର ଏବଂ ପଶ୍ଚିମ ଓଡ଼ିଶାରେ ହେବ ବର୍ଷା । ପଶ୍ଚିମା ଝଡ଼ ପ୍ରଭାବରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ରହିଛି ସମ୍ଭାବନା। ଆଜିଠାରୁ ପଶ୍ଚିମ ଓଡ଼ିଶାରେ ବର୍ଷା ସମ୍ଭାବନା ରହିଥିବା ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର କରିଛି ଆକଳନ। ତେବେ ଆଜି ବରଗଡ଼, ବଲାଙ୍ଗୀର,ଝାରସୁଗୁଡ଼ା, ସମ୍ବଲପୁର, ସୋନପୁର ଏବଂ ନୂଆପଡ଼ାରେ ଜାରି ରହିବ ବର୍ଷା।ସେହିପରି ଆସନ୍ତାକାଲି ଅର୍ଥାତ ୨୯ ତାରିଖରେ କନ୍ଧମାଳ, କଳାହାଣ୍ଡି, ଝାରସୁଗୁଡ଼ା, ସୁନ୍ଦରଗଡ଼ ଏବଂ କେନ୍ଦୁଝର ଜିଲାରେ ବି ବର୍ଷା ହେବ। ନୂଆବର୍ଷରେ ପାଗ ଶୁଖିଲା ରହିବା ସହ ଶୀତ ବଢ଼ିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।
What's Your Reaction?