ବଢିଲା ଲୁଟେରା ଦମ୍ପତି ହଂସିତା ଓ ଅନୀଲଙ୍କ ଅଡୁଆ

Feb 3, 2025 - 12:08
 0  2
ବଢିଲା ଲୁଟେରା ଦମ୍ପତି ହଂସିତା ଓ ଅନୀଲଙ୍କ ଅଡୁଆ

ବେନାମୀ ସମ୍ପତ୍ତି ନେଇ ଝାରପଡା ଜେଲ୍ ରେ ହଂସିତା ଅନିଲକୁ ଆୟକର ବିଭାଗର ପକ୍ଷରୁ କରାଯାଉଛି ଜେରା । ପୂର୍ବରୁ ଆୟକର ବିଭାଗ ହଂସିତା ମାମଲାରେ ପାଖାପାଖି ୧୬ଟି ସ୍ଥାନରେ ରେଡ୍ କରିବା ସହ  ଠାବ କରିଥିଲା ଶହେ କୋଟିରୁ ଊର୍ଦ୍ଧ୍ବ ସମ୍ପତ୍ତି । ଏହାରି ଭିତରେ କୋଟି କୋଟି ଟଙ୍କାର ବେନାମୀ ସମ୍ପତ୍ତିର ପ୍ରମାଣ ମଧ୍ୟ  ମିଳିଥିଲା ଆୟକର ବିଭାଗକୁ ।  ଯେଉଁଥିରେ ୧୭ କୋଟି ଟଙ୍କା ଏକାଧିକ ବିଲଡରଙ୍କ ପାଖରେ ରହିଥିବା ମିଳିଛି ପ୍ରମାଣ । ଏହାରି ଭିତରେ ଏକାଧିକ ରାଜନେତାଙ୍କ ସମ୍ପୃକ୍ତି ମଧ୍ୟ ସାମ୍ନାକୁ ଆସିଛି ।  ସମସ୍ତ ତଥ୍ୟ ସହ ରାଜନେତାଙ୍କ ସମ୍ପର୍କରେ ଜାଣିବା ପାଇଁ ଜେଲ ଭିତରେ ଉଭୟଙ୍କୁ ଜେରା କରୁଛି  ଆୟକର ବିଭାଗ । 
 

What's Your Reaction?

like

dislike

love

funny

angry

sad

wow