ବିଗ୍‌ ବସ୍‌ ଓଟିଟି ୩’ର ବିଜେତା ହେଲେ ସନା ମକବୁଲ

Aug 4, 2024 - 13:31
 0  16
ବିଗ୍‌ ବସ୍‌ ଓଟିଟି ୩’ର ବିଜେତା ହେଲେ ସନା ମକବୁଲ

ଶୁକ୍ରବାର ଅନୁଷ୍ଠିତ ‘ବିଗ୍‌ ବସ୍‌ ଓଟିଟି ୩’ର ଫାଇନାଲରେ ସନା ମକବୁଲ ଟ୍ରଫି ଜିତିଛନ୍ତି। ଫାଇନାଲରେ ଟପ୍‌-୫ ଫାଇନାଲିଷ୍ଟ ରଣବୀର ଶୋରି, ନାଜି, ସାଇ କେଟାନ ରାଓ, ସାନା ମାକବୁଲ ଏବଂ କ୍ରୁିତିକା ମଲିକ ଥିଲେ। ତେବେ ରାପର୍‌ ନାଜି ‘ବିଗ୍‌ ବସ୍‌ ଓଟିଟି ୩’ର ରନର୍‌ ଅପ ହୋଇଛନ୍ତି। ସନା ରାପର୍‌ ନାଜିଙ୍କୁ ପରାସ୍ତ କରି ସିଜନ ୩ର ଟ୍ରଫି ହାତେଇଛନ୍ତି। ଟ୍ରଫି ସହିତ ସନାଙ୍କୁ ମଧ୍ୟ ୨୫ ଲକ୍ଷ ଟଙ୍କା ମିଳିଛି। ‘ବିଗ୍‌ ବସ୍‌ ଓଟିଟି ୩’ର ବିଜେତା ହେବା ପରେ ସନା ବେଶ୍‌ ଖୁସି ଦେଖାଯାଉଥିଲେ। ଏବେ ପ୍ରଶଂସକମାନେ ତାଙ୍କୁ ସୋସିଆଲ ମିଡିଆରେ ଅଭିନନ୍ଦନ ଜଣାଉଛନ୍ତି।ସନା ଜଣେ ପ୍ରସିଦ୍ଧ ଟିଭି ଅଭିନେତ୍ରୀ। ସେ ତେଲୁଗୁ ଏବଂ ତାମିଲ ଚଳଚ୍ଚିତ୍ରରେ ମଧ୍ୟ କାମ କରିଛନ୍ତି। ସେ ୨୦୦୯ରେ ‘MTV scotty teen diva’ରେ ଭାଗ ନେଇଥିଲେ। ୨୦୨୧ରେ ଖତରୋ କେ ଖିଲାଡି ୧୧ରେ ସନାଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା।

What's Your Reaction?

like

dislike

love

funny

angry

sad

wow