ମେଷ
ଆଜି ପାରିବାରିକ କ୍ଷେତ୍ରରେ ସମସ୍ୟା ଆସିଲେ ମଧ୍ୟ କୌଶଳରେ କାର୍ଯ୍ୟ ସାଧନ କରିପାରିବେ। ସହକର୍ମୀଙ୍କୁ ସୁପରାମର୍ଶ ଦେଇ ପ୍ରଶଂସିତ ହୋଇପାରନ୍ତି। ସାଧାରଣ କଥାକୁ ନେଇ ସମ୍ପର୍କୀୟଙ୍କ ଅସହଯୋଗରୁ ଶେଷ ପର୍ଯ୍ୟାୟରେ କାମଗୁଡିକ ଅଧାରେ ଅଟକିଯିବ।
ବୃଷ
ଆଜି ମାନସିକ ସ୍ବାସ୍ଥ୍ୟ ଭଲ ରହି ନ ପାରେ। କିନ୍ତୁ ଶୁକ୍ରଙ୍କ ସୁପ୍ରଭାବରୁ ଅଭାବ ନ ଥିଲେ ମଧ୍ୟ ଆକସ୍ମିକ ଆବଶ୍ୟକତା ପୂରଣ କ୍ଷେତ୍ରରେ ବନ୍ଧୁଙ୍କ ଅବଦାନ ଭୁଲି ପାରିବେ ନାହିଁ। ଅନ୍ୟକୁ ସାହାଯ୍ୟ କରିବାକୁ ଯାଇ ନିଜେ ହଇରାଣରେ ପଡ଼ିପାରନ୍ତି।
ମିଥୁନ
ଆଜି ନିଜ ପରିସରର ବ୍ୟକ୍ତିଙ୍କ ସାହାଯ୍ୟରୁ ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ ହେବ। ରାଶ୍ୟାଧିପତିଙ୍କୁ ଗୁରୁଙ୍କ ଦୃଷ୍ଟିରୁ ଭାଙ୍ଗିପଡିଥିବା ସ୍ବାସ୍ଥ୍ୟରେ ଉନ୍ନତି ଘଟିପାରେ। କର୍ମକ୍ଷେତ୍ରରେ ଉଚ୍ଚପଦାଧିକାରୀ ସାହାଯ୍ୟ କରିବାର ପ୍ରତିଶ୍ରୁତି ଦେଇ ଶେଷରେ ନାସ୍ତିବାଣୀ ଶୁଣାଇପାରନ୍ତି।
କର୍କଟ
କର୍ମକ୍ଷେତ୍ରରେ କାର୍ଯ୍ୟବ୍ୟସ୍ତତା ସହ ଗୁରୁଦାୟିତ୍ୱ ବହନ କରି ଚାପଗ୍ରସ୍ତ ହୋଇପାରନ୍ତି। ସାମାଜିକ ସ୍ତରରେ ଅନ୍ୟଦ୍ୱାରା ପ୍ରଭାବିତ ହୋଇ ମରୀଚିକା ପଛରେ ଦୌଡ଼ିବାକୁ ପଡ଼ିପାରେ। ବନ୍ଧୁଗହଣରେ ବାକ୍ ଅସଂଯମତା ଯୋଗୁ ସୁସମ୍ପର୍କ ବ୍ୟାହତ ଆଶଙ୍କା ରହିଛି। ବିଭିନ୍ନ ପ୍ରକାରର ଆଶା ଓ ଆଶଙ୍କାରେ ବ୍ୟବସାୟକୁ ସଙ୍କୁଚିତ କରିବେ।
ସି˚ହ
ବନ୍ଧୁଙ୍କ ସାହାଯ୍ୟରେ ଅତୀତରେ ସୃଷ୍ଟ ପରିସ୍ଥିତିକୁ ସମ୍ଭାଳି ନେବେ। କର୍ମକ୍ଷେତ୍ରରେ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତ ହେବେ। ରପ୍ତାନି ବାଣିଜ୍ୟ, ବ୍ୟବସାୟ, ପରିବହନରେ ଉନ୍ନତି ଘଟିବାରୁ ସାମୟିକ ଖୁସି ରହିବେ।
କନ୍ୟା
ସମସ୍ୟା ଲାଗିରହିଥିଲେ ମଧ୍ୟ କୌଣସି କାମ ଅଟକିବ ନାହିଁ। ବନ୍ଧୁଙ୍କ ବ୍ୟବହାରରେ ଅସନ୍ତୁଷ୍ଟ ହୋଇ ଆଲୋଚନା କାଳରେ ମତ ପାର୍ଥକ୍ୟ ଦେଖା ଦେବ। କର୍ମକ୍ଷେତ୍ରରେ ଶେଷ ସମୟରେ ସୁଯୋଗ ହରାଇବା ସକାଶେ ବ୍ୟଥିତ ହୋଇପାରନ୍ତି। ସାମାଜିକ ସ୍ତରରେ କ୍ରୀଡ଼ା, ସାହିତ୍ୟ, କଳା, ସାମ୍ବାଦିକତା କ୍ଷେତ୍ରରୁ ପ୍ରଶଂସିତ ହେବେ।
ତୁଳା
ଆଜି ଆପଣ ଆନୁଷ୍ଠାନିକ କାର୍ଯ୍ୟରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ। ସାମାଜିକ ସ୍ତରରେ ସମ୍ମାନ ଲାଭ ଓ ପଦମର୍ଯ୍ୟଦା ବୃଦ୍ଧି ପାଇବ। ପ୍ରତ୍ୟେକ କ୍ଷେତ୍ରରେ ଜିଦ୍ଖୋର ମନୋବୃତ୍ତି ତ୍ୟାଗ କଲେ କେତେକାଂଶରେ ଉପକୃତ ହୋଇପାରନ୍ତି।
ବିଛା
କର୍ମକ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତି ବଦଳି ଯାଇଥିଲେ ମଧ୍ୟ ବନ୍ଧୁଙ୍କ ପୂର୍ବର ସେହି ଅନୁରାଗ ରହିବ ନାହିଁ। ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ ହୋଇଯିବାର ସମ୍ଭାବନା ରହିଛି। ସାମୟିକ ପ୍ରତିବନ୍ଧକ କାରଣରୁ ଗତକାଲିଠାରୁ ଭାବୁଥିବା କାମଟିକୁ ଆଜି ଶେଷ କରିପାରିବେନି।
ଧନୁ
ହସଖୁସିର ଆଲୋଚନା ମଧ୍ୟଭାଗରେ ସାଧାରଣ କଥାକୁ କେନ୍ଦ୍ରକରି ବନ୍ଧୁ ମୁହଁ ଫେରାଇନେବେ। ଅଥଯା ପ୍ରତିକ୍ରିୟାଶୀଳ ହେଲେ ପ୍ରିୟଜନଙ୍କ ସହ ସମ୍ପର୍କ ହାନି ଘଟିବ। ଭୁଲ୍ ବୁଝାମଣାରୁ ସ୍ତ୍ରୀଙ୍କ ସହ ମତ ପାର୍ଥକ୍ୟ ଦେଖା ଦେଇପାରେ।
ମକର
ବନ୍ଧୁଙ୍କ ପରାମର୍ଶକୁ ନିର୍ବିବାଦରେ ଗ୍ରହଣ ନ କଲେ ବିବାଦୀୟ ହେବାର ଆଶଙ୍କା ଦେଖାଦେବ। ଉପରିସ୍ଥଙ୍କ ସାହାଯ୍ୟ ଲାଭକରି ସ୍ଥଗିତ କାମକୁ ପୂରା ଦମ୍ରେ କରିବାପାଇଁ ନିଷ୍ପତ୍ତି ନେବେ। ପରିସ୍ଥିତିବଶତଃ ପ୍ରତ୍ୟେକ କ୍ଷେତ୍ରରେ ନୀରବଦ୍ରଷ୍ଟା ଭଳି କାମ କରିବାକୁ ବାଧ୍ୟ ହୋଇପାରନ୍ତି।
କୁମ୍ଭ
ସମ୍ପର୍କୀୟଙ୍କ ଦ୍ୱାରା ସୃଷ୍ଟ ସମସ୍ୟା ପାରିବାରିକ ଜୀବନକୁ ପ୍ରଭାବିତ କରିବ। କର୍ମକ୍ଷେତ୍ରରେ ସରଳ ଭାବେ କୌଣସି କଥାକୁ ଗ୍ରହଣ କରନ୍ତୁ ନାହିଁ। ଜମିଜମା ବିବାଦଜନିତ କଚେରି ମାମଲା ଆପଣଙ୍କ ସପକ୍ଷରେ ଯାଇପାରେ।
ମୀନ
ଆଜି ଅସମର୍ଥିତ ସୂତ୍ରରୁ ଶୁଣାକଥାକୁ ବିଶ୍ୱାସ କଲେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି।ପାରିବାରିକ ଅଶାନ୍ତି ପରିପ୍ରେକ୍ଷୀରେ ଗୁରୁଜନଙ୍କ ସାନ୍ତ୍ବନା ବାଣୀ ମନରେ ଆଶ୍ୱସ୍ତି ଭରିପାରେ। ଖର୍ଚ୍ଚଭାର କ୍ରମଶଃ ବୃଦ୍ଧି ପାଇବା ଯୋଗୁ ଚିନ୍ତିତ ରହିପାରନ୍ତି।